Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଇଟାଲୀରେ ସୋନିଆ ଗାନ୍ଧୀଙ୍କ ମାଆଙ୍କ ପରଲୋକ

31/08/2022 at 5:40 PM

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମାଆ ପାଓଲା ମାଇନୋଙ୍କ ପରଲୋକ ଘଟିଛି। ଇଟାଲୀରେ ଶନିବାର ଅଗଷ୍ଟ ୨୭ରେ ନିଜ ବାସଭବନରେ ତାଙ୍କର ଦେହାନ୍ତ ଘଟିଥିବା ବେଳେ ମଙ୍ଗଳବାର ଅନ୍ତିମ ସଂସ୍କାର କରାଯାଇଛି। ସଂପ୍ରତି ସୋନିଆ ଗାନ୍ଧୀ ମଧ୍ୟ ବିଦେଶରେ ଅଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ  ଟୁଇଟ୍ କରି ସୋନିଆ ଗାନ୍ଧୀଙ୍କ ମାଆଙ୍କ ଦେହାନ୍ତ ଘଟିଥିବା ସୂଚନା ଦେଇଛନ୍ତି।

ଜୟରାମ ରମେଶ କହିଥିଲେ, ସୋନିଆ ଗାନ୍ଧୀ ନିଜର ଚିକିତ୍ସା ପାଇଁ ବିଦେଶ ଯାଇଛନ୍ତି। ତାଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ରହିଛନ୍ତି। ଏହି ସମୟରେ ସେ ନିଜ ଅସୁସ୍ଥ ମାଆଙ୍କୁ ଭେଟିବେ। ଏହା ପରେ ଦିଲ୍ଲୀ ଫେରିବେ। ଏହାର ଅର୍ଥ ମାଆଙ୍କ ନିଧନ ପୂର୍ବରୁ ସୋନିଆ ଗାନ୍ଧୀ ତାଙ୍କ ମାଆଙ୍କୁ ଭେଟିଥିଲେ ଏବଂ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ତେବେ ଏ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀଙ୍କ ମାଆଙ୍କ ଅନ୍ତିମ ସଂସ୍କାର ବିଷୟରେ ଅଧିକ ସୂଚନା ମିଳି ପାରିନାହିଁ।

   Related Posts