କଂଗ୍ରେସ ସଂସଦୀୟ ଦଳର ନେତା ନିର୍ବାଚିତ ହେଲେ ସୋନିଆ, କହିଲେ- ମୋଦୀଙ୍କ ନାହିଁ ନୈତିକ ଅଧିକାର

Published By : Prameya-News7 Bureau | June 08, 2024 IST

livehindustan

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ କଂଗ୍ରେସ ସଂସଦୀୟ ଦଳ(ସିପିପି)ର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କଡ଼ା ପ୍ରହାର କରି ସୋନିଆ କହିଛନ୍ତି ନିର୍ବାଚନରେ ମୋଦୀଙ୍କ ରାଜନୈତିକ ଓ ନୈତିକ ପରାଜୟ ହୋଇଛି। ସେ ନେତୃତ୍ଵ ନେବାର ଅଧିକାର ହରାଇ ସାରିଛନ୍ତି।

Also read: ମୁଖ୍ୟମନ୍ତ୍ରୀ କିଏ ହେବ ୪୮ ଘଣ୍ଟା ଭିତରେ ନିଷ୍ପତ୍ତି, ୧୦ ସନ୍ଧ୍ୟାରେ ଶପଥ ସମାରୋହ: ମନମୋହନ

କଂଗ୍ରେସ ନେତା କହିଛନ୍ତି ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ କଂଗ୍ରେସ ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୋନିଆ ଗାନ୍ଧୀଙ୍କୁ ସିପିପି ନେତା ନିଯୁକ୍ତ କରିବାର ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ତିନି ସାଂସଦ ଗୌରବ ଗୋଗୋଇ, ତାରିକ ଅନଓ୍ଵର ଓ କେ ସୁଧାକରନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।  ପୁଣି ଥରେ ସିପିପିର ନେତା ନିର୍ବାଚିତ ହେବା ପରେ ସୋନିଆ ଦଳୀୟ ନେତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଏଥର ନିର୍ବାଚନରେ କଂଗ୍ରେସ ଦୃଢତାର ପରିଚୟ ଦେଇଛି।

ସୋନିଆ କହିଛନ୍ତି, ଦେଶର ଜନତା ବିଭାଜନର ରାଜନୀତି ଓ ଏକଛତ୍ରବାଦ ଶାସକକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସଂସଦୀୟ ରାଜନୀତିକୁ ମଜବୁତ କରିବା ଏବଂ ସମ୍ବିଧାନର ରକ୍ଷା ପାଇଁ ମତଦାନ କରିଛନ୍ତି। ଭାରତ ଯୋଡ଼ୋ ଯାତ୍ରା ଓ  ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଐତିହାସିକ ଆନ୍ଦୋଳନ ଥିଲା। ଏହା ପାର୍ଟିକୁ ପ୍ରତିଟି ସ୍ତରରେ ମଜବୁତ କରିବାର ଉତ୍ସାହ ଦେଇଛି। 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.