scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟସଭା ଯିବେ ସୋନିଆ ଗାନ୍ଧି; ବୁଧବାର ଏହି ରାଜ୍ୟରୁ ଭରିବେ ନାମାଙ୍କନ

13/02/2024 at 11:43 AM

ନୂଆଦିଲ୍ଲୀ: ରାଜ୍ୟସଭା ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି । ଫେବ୍ରୁଆରୀ ୧୪ ତାରିଖରେ ସେ ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ । ରାଜସ୍ଥାନ କିମ୍ବା ହିମାଚଳ ପ୍ରଦେଶରୁ ସେ ରାଜ୍ୟସଭା ପାଇଁ ନିର୍ବାଚନ ଲଢ଼ିପାରନ୍ତି । ବର୍ତ୍ତମାନ ସମୟରେ ରାଇବରେଲୀ ଲୋକସଭା ଆସନରୁ ସାଂସଦ ଅଛନ୍ତି ସୋନିଆ ।  

ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟି ରାଜ୍ୟସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ୧୪ଜଣ ଆଶାୟୀ ପ୍ରାର୍ଥୀ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼, ହରିୟାଣା, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ନାମାଙ୍କନ ଭରିବେ । ୟୁପିରୁ ସୁଧାଂଶୁ ତ୍ରିବେଦୀ ଏବଂ ଆରପିଏନ ସିଂହଙ୍କୁ ଛାଡ଼ି ୟୁପିରୁ ୭ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ସେହିପରି ହରିୟାଣାରୁ ପାର୍ଟି ସୁବାଷ ବରାଲାଙ୍କ ନାଁ ଘୋଷଣା କରିଛି ।

ପଶ୍ଚିମବଙ୍ଗରୁ ଦଳ ପକ୍ଷରୁ  ସାମିଲ୍ ଭଟ୍ଟାଚାର୍ଯ୍ୟ, ଉତ୍ତରାଖଣ୍ଡରୁ ମହେନ୍ଦ୍ର ଭଟ୍ଟ୍, କର୍ଣ୍ଣାଟକରୁ ନାରାୟଣା କୃଷ୍ଣାସା  ଏବଂ ଛତିଶଗଡ଼ରୁ ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ସୂଚନା ମୁତାବକ, ଉତ୍ତରପ୍ରଦେଶରୁ ରାଜ୍ୟସଭାରେ ୧୦ଟି ଆସନ ଖାଲି ହେଉଛି । ଏଥିପାଇଁ ବିଜେପି ୭ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସମାଜବାଦୀ ପାର୍ଟି ୩ଜଣଙ୍କୁ ନିଜର ପ୍ରାର୍ଥୀ କରିଛି । ସେହିପରି ଓଡ଼ିଶାରୁ ରାଜ୍ୟସଭାରେ ତିନୋଟି ସିଟ୍ ଖାଲି ହେଉଛି । ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ଦେବ । ବିଜୁ ଜନତା ଦଳ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ତୃତୀୟ ସିଟ୍ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ।

   Related Posts