oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଅସନ୍ତୁଷ୍ଟ ଗୁଲାମ ନବି ଆଜାଦଙ୍କ ସହ କଥା ହେଲେ ସୋନିଆ ଗାନ୍ଧୀ, ପାର୍ଟି ଛାଡିବା ନେଇ ଏମିତି କହିଲେ ଆନନ୍ଦ ଶର୍ମା

31/05/2022 at 11:13 PM

ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ପାର୍ଟିରେ ଆଭ୍ୟନ୍ତରୀଣ କଳହ ଆରମ୍ଭ ହୋଇ ଯାଇଛି। ଅନେକ ବରିଷ୍ଠ ନେତାଙ୍କ ମତରେ ପାର୍ଟି ଅନୁଭବ ଏବଂ ସମର୍ପଣ ଭାବକୁ ବିଶ୍ଵାସ ନକରି ବାହାର ଲୋକଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷିତ କରିଛି। ଏହା ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁଲାମ ନବି ଆଜାଦଙ୍କ ସହ ଫୋନରେ କଥା ହୋଇଛନ୍ତି। ହେଲେ ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ସାର୍ବଜନୀନ କରାଯାଇ ନାହିଁ। ରବିବାର ଦୁଇ ନେତାଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା କରିଥିବା ଦଳୀୟ ସୂତ୍ରରୁ ପ୍ରକାଶ। ପାର୍ଟିର ଏହି ପଦକ୍ଷେପରୁ ଏହା ସ୍ପଷ୍ଟ ହୋଇଛି ଯେ, ସୋନିଆ ଅସନ୍ତୁଷ୍ଟଙ୍କୁ ମନାଇବାକୁ କୌଣସି ହେଳା କରୁ ନାହାନ୍ତି।

ପାର୍ଟିର ବରିଷ୍ଠ ନେତା ତଥା ଜି-୨୩ରୁ ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କୁ ମଧ୍ୟ ରାଜ୍ୟସଭାର ଟିକେଟ୍ ଦିଆଯାଇ ନାହିଁ। ସେ ବିଜେପିରେ ଯୋଗ ଦେବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ହେଲେ ଏମିତି ଚର୍ଚ୍ଚାକୁ ଖଣ୍ଡନ କରି ଶର୍ମା କହିଛନ୍ତି ଏହା କେବଳ ରାଜନୈତିକ ଗୁଜବ। ସେ ଦଳ ପରିବର୍ତ୍ତନ କରୁ ନାହାନ୍ତି।

ଛତିଶଗଡ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ କଥିତ ଭାବେ ବାହାର ବ୍ୟକ୍ତିଙ୍କୁ ଟିକେଟ୍ ଦେବା ମାମଲାରେ ନେତାଙ୍କ ମଧ୍ୟରେ ଅସନ୍ତୋଷ ସ୍ପଷ୍ଟ ବାରି ହୋଇ ପଡୁଛି। ଅନେକ ଲୋକ ସାମ୍ନାକୁ ଆସି ନିଜ ମତ ରଖୁଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ପାର୍ଟିର ପସନ୍ଦର ପ୍ରାର୍ଥୀଙ୍କ ବିରୋଧରେ ମୁହଁ ଖୋଲି ନାହାନ୍ତି। ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଗୁଲାମ ନବି ଆଜାଦ, ଆନନ୍ଦ ଶର୍ମା ଏବଂ ବୀରପ୍ପା ମୋଇଲ୍ଲୀଙ୍କ ପରି ନେତାଙ୍କ ନାମ ନାହିଁ। ଏହି ତିନି ନେତା ଆଶା କରୁଥିଲେ ଯେ, ସେମାନଙ୍କୁ ରାଜ୍ୟସଭା ପଠାଯିବ।  ପାର୍ଟିର ମୁଖପାତ୍ର ପବନ ଖେଡା ଟୁଇଟ୍ କରିଛନ୍ତି ଯେ, ହୋଇପାରେ ତାଙ୍କ ସମସ୍ୟାରେ କୌଣସି ଅଭାବ ରହିଗଲା।

   Related Posts