Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁସ୍ଥ ହେଲେ ସୋନିଆ ଗାନ୍ଧୀ; ଜୁନ ୨୩ରେ ଇଡି ଅଫିସରେ ହାଜର ହେବେ

10/06/2022 at 9:58 PM

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ସୁସ୍ଥ ହେବା ପରେ ନ୍ୟାସ୍‌ନାଲ ହେରାଲ୍ଡ ଆର୍ଥିକ ହେର୍‌ଫେର୍‌ ମାମଲାରେ ଇଡି ପାଖରେ ହାଜର ହେବେ। ଏଥିପାଇଁ ସୋନିଆଙ୍କୁ ଇଡି ସମନ କରିଥିଲେ ବି କୋଭିଡ ସଂକ୍ରମିତ ଯୋଗୁ ହାଜର ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ହାଜର ହେବାକୁ ଆଉ ଏକ ତାରିଖ ଦିଆଯାଇଛି। ଜୁନ ୨୩ ତାରିଖରେ ସୋନିଆ ଇଡି ପାଖରେ ହାଜର ହେବେ ବୋଲି ଇଡି ସମନ କରିଛି। ଅନ୍ୟପଟେ ରାହୁଲ ଗାନ୍ଧୀ ଜୁନ ୧୩ ତାରିଖରେ ଇଡି ସମ୍ମୁଖରେ ହାଜର ହେବେ।

ଏପଟେ ଭାରତ ସରକାରଙ୍କର କଂଗ୍ରେସ ପ୍ରତି ଏଭଳି ଆଭିମୁଖ୍ୟକୁ ବିରୋଧ କରିଛି କଂଗ୍ରେସ। ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ଦିନ ଦଳ ଏପିଜେ ଅବଦୁଲ କାଲାମ ରୋଡ୍‌ରେ ଥିବା ଇଡି ଅଫିସ ସମ୍ମୁଖରେ ଶୋଭାଯାତ୍ରା କରିବ।

ସୂଚନା ଥାଉକି ଆସୋସିଏଟ୍ ଜର୍ନାଲ୍ସ ଲିମିଟେଡ୍(AJL) ଦ୍ୱାରା ପ୍ରକାଶିତ ନ୍ୟାସ୍‌ନାଲ ହେରାଲ୍ଡ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ମାଲିକାନାରେ ରହିଛି। କମ୍ପାନୀ ବିରୋଧରେ ଜମି ଅଧିଗ୍ରହରଣରେ ଚିଟିଂ, ଷଡ଼ଯନ୍ତ୍ର ଅପରାଧିକ ମାମଲା କରିଥିବା ଅଭିଯୋଗ ହୋଇଛି।

   Related Posts