ନୂଆଦିଲ୍ଲୀ, ୧୩|୦୮: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା । ଏଆଇସିସି ଅଧ୍ୟକ୍ଷା ସୋନିଆ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଦଳର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
wp:html/wp:htmlCongress President Smt.Sonia Gandhi has tested positive for Covid-19 today. She will remain in isolation as per Govt. protocol.
— Jairam Ramesh (@Jairam_Ramesh) August 13, 2022
आज कांग्रेस अध्यक्ष श्रीमती सोनिया गांधी का कोविड-19 टेस्ट रिपोर्ट पॉजिटिव आया है। वह सरकार द्वारा जारी प्रोटोकॉल का पालन करते हुए आइसोलेशन में रहेंगी।
ଜୟରାମ କହିଛନ୍ତି ଯେ, ସୋନିଆ ଗାନ୍ଧୀ କୋଭିଜ୍-୧୯ ସଂକ୍ରମିତ ହୋଇଛନ୍ତି । ସେ ସରକାରଙ୍କ ଦ୍ୱାରା ଜାରି ପ୍ରୋଟକଲକୁ ପାଳନ କରୁଛନ୍ତି । ଏବେ ସେ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ କୋଭିଡ୍ ଟେଷ୍ଟ୍ କରାଇବାକୁ ରମେଶ କହିଛନ୍ତି ।
କିଛିଦିନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ । ତେବେ ଇଡିରେ ହାଜର ହେବା ସମୟରେ ମଧ୍ୟ ସୋନିଆ ସଂକ୍ରମିତ ହୋଇଥିଲେ । ଫଳରେ ସେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ । ସୁସ୍ଥ ହେଲା ପରେ ତାଙ୍କୁ ଇଡି ପଚରାଉଚରା କରିଥିଲା ।
ଏତତ୍ ବ୍ୟତୀତ, ପୂର୍ବତନ ଲୋକସଭା ବାଚସ୍ପତି ମୀରାକୁମାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଶୁକ୍ରବାର ରାତିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । କିଛି ଦିନ ଯାଏଁ ସେ କ୍ୱାରେଣ୍ଟାଇନରେ ରହିବେ । ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତେ କୋଭିଡ୍ ପ୍ରଟୋକୋଲ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।