'ଭାରତ ଯୋଡୋ' ଯାତ୍ରାରେ ସାମିଲ ହେଲେ ମା' ସୋନିଆ, 'ଶ୍ରବଣ କୁମାର' ସାଜିଗଲେ ରାହୁଲ୍

Published By : Prameya-News7 Bureau | October 06, 2022 IST

ନୂଆଦିଲ୍ଲୀ ୦୬/୧୦: କଂଗ୍ରେସ 'ଭାରତ ଯୋଡା ଯାତ୍ରା'ରେ ସାମିଲ ହୋଇଛନ୍ତି ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଗୁରୁବାର ଦିନ କର୍ଣ୍ଣାଟକର ମାଣ୍ଡିଆରେ ସାମିଲ ହୋଇଥିଲେ ସୋନିଆ । ତେବେ ଏହି ସମୟରେ ନିଆରା ଦୃଶ୍ୟ ସାମ୍ନାକୁ ଆସିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିତ୍ରରେ ଦେଖିବାକୁ ମିଳିଛି ରାହୁଲ ଗାନ୍ଧୀ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସୁ ଲେସ୍ ବାନ୍ଧୁଛନ୍ତି । ଏହି ଚିତ୍ର କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି । ଏହି ଫଟୋ ସେୟାର କରିବାବେଳେ, ଟାଇଟଲ୍ ଲେଖାଯାଇଛି ହେ-ମାଆ ।

wp:html /wp:html

ସୂଚନା ଥାଉକି, ସୋନିଆ ମାଣ୍ଡିଆ ଜିଲ୍ଲାର ଡାକ ବଙ୍ଗଳା ଅଞ୍ଚଳରୁ ପଦଯାତ୍ରା ଆରମ୍ଭ କରିଥିଲେ । ସେ ପ୍ରଥମ ଥର ପାଇଁ 'ଭାରତ ଯୋଡା ଯାତ୍ରା'ରେ ସାମିଲେ ହୋଇଥିଲେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ମାଣ୍ଡିଆରେ ସୋନିଆଙ୍କ ପଦଯାତ୍ରା କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏଠାରେ ଅନେକ ଦିନରୁ ଦେବଗୌଡା ପରିବାରର ଦବଦବା ରହିଆସୁଛି ।

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ ସୋନିଆ ଗାନ୍ଧୀ ଜୀ ଏହି ଯାତ୍ରାରେ ସାମିଲ୍ ହୋଇଛନ୍ତି । ଯେଉଁଥିପାଇଁ କର୍ଣ୍ଣାଟକରେ ଆମ ଦଳକୁ ଆହୁରି ମଜବୁତ କରିବ । ରାହୁଲ ଗାନ୍ଧୀ ଏବଂ ବହୁ କଂଗ୍ରେସ ନେତା ତଥା କର୍ମୀ ତାମିଲନାଡୁର କାନିକୁମାରୀରୁ 'ଭାରତ ଯୋଡା ଯାତ୍ରା' ଆରମ୍ଭ କରିଥିଲେ । ଏବେ ଏହି ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି । ଆସନ୍ତା ବର୍ଷ ଆରମ୍ଭରେ କାଶ୍ମୀରରେ ଏହି ଯାତ୍ରା ଶେଷ ହେବ । ଏହି ଯାତ୍ରା ଜରିଆରେ ସମୁଦାୟ ୩,୫୭୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.