ନୂଆଦିଲ୍ଲୀ ୦୪।୦୧ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ଅସୁସ୍ଥ । ବୁଧବାର ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ନିୟମିତ ଚେକଅପ୍ ପାଇଁ ତାଙ୍କୁ ମେଡିକାଲ ନିଆଯାଇଛି ବୋଲି କୁହାଯାଉଛି । ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ପରେ ସୋନିଆ ଗାନ୍ଧିଙ୍କ ଶ୍ବାସକ୍ରିୟା ନେବାରେ ସମସ୍ୟା ସୃଷ୍ଟି ହେଉଥିଲା । ସୋନିଆଙ୍କ ସହିତ ଝିଅ ପ୍ରିୟାଙ୍କା ଗାନ୍ଧି ଭାଦ୍ର ରହିଛନ୍ତି ।
ସୂଚନାଥାଉ, ଗତ ବର୍ଷ କୋଭିଡ୍ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ୍ ୧୨-୧୮ ତାରିଖ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା କରାଯାଇଥିଲା।