ରାଜନୈତିକ ଫାଇଦା ପାଇଁ ଏୈତିହାସିକ ତଥ୍ୟ ସହ ବୁଝାମଣାକୁ କଂଗ୍ରେସ ବିରୋଧ କରେ: ସୋନିଆ ଗାନ୍ଧୀ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ: ଆଜି ସ୍ୱାଧୀନତାର ୭୫ ବର୍ଷ ପୂରିଛି। ଏଥିପାଇଁ ସାରା ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଦେଶବାସୀଙ୍କୁ ୭୬ ତମ ସ୍ୱାଧୀନତା ଦିବସର ବଧେଇ ଜଣାଇଛନ୍ତି। ଭାରତ ସବୁବେଳେ ଏମିତି ବିବିଧତାଭରା ରାଷ୍ଟ୍ର ହୋଇ ରହୁ ବୋଲି ସୋନିଆ ଗାନ୍ଧୀ କହିଛନ୍ତି।

ସୋନିଆ କହିଛନ୍ତି “ ବିଗତ ୭୫ ବର୍ଷରେ ଭାରତ ସବୁ ଦିଗରେ ଯଥା ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଟେକ୍ନୋଲୋଜୀ ଆଦିରେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ବନାଇ ପାରିଛି। ପ୍ରତିଭାବାନ ଭାରତୀୟଙ୍କ କଠିନ୍ନ ପରିଶ୍ରମ ଯୋଗୁ ଏହା ହୋଇପାରିଛି।” ତା ସହିତ ଭାରତର ଭାସାବହୁଳ ଜନତା ଓ ବିବିଧତା ବିଶ୍ୱରେ ଆମ ଦେଶକୁ ଏକ ନୂଆ ପରିଚୟନ ଦେଇଛି ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ତେବେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେଇ ହେଉଥିବା ସମ୍ପ୍ରତି ରାଜନୀତିକୁ ସମାଲୋଚନା କରିଛନ୍ତି ସୋନିଆ।

ସେ କହିଛନ୍ତି ଯେ ରାଜନୈତିକ ଫାଇଦା ପାଇଁ କୌଣସି ଐତିହାସିକ ତଥ୍ୟ ସହ ବୁଝାମଣାକୁ ଭାରତୀୟ ଜାତୀୟ କଂଗ୍ରେସ ସବୁବେଳେ ବିରୋଧ କରିଆସିଛି। ଗାନ୍ଧୀ, ନେହରୁ ଓ ଆଜାଦୀ ଜୀଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ କାଠଗଡ଼ାରେ ଛିଡ଼ା କରିବାକୁ କଂଗ୍ରେସ ସବୁବେଳେ ବିରୋଧ କରେ ବୋଲି ସୋନିଆ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.