vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ସୋନିଆ ଗଠନ କଲେ ଟାସ୍କଫୋର୍ସ-୨୦୨୪ ଓ ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପ, ଜାଣନ୍ତୁ କାହିଁକି ?

24/05/2022 at 6:28 PM

ନୂଆଦିଲ୍ଲୀ ୨୪।୫: ଅନ୍ତରୀଣ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସର ଆଭ୍ୟନ୍ତରୀଣ ସୁଧାର ଓ ଭାରତ ଯୋଡୋ ଯାତ୍ରା ଲାଗି ରାଜନୈତିକ ସମୂହ, ଟାସ୍କଫୋର୍ସ-୨୦୨୪ ଓ ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପ ଗଠନ କରିଛନ୍ତି। ନିକଟରେ ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ କଂଗ୍ରେସର ନବ ସଂକଳ୍ପ ଚିନ୍ତନ ସିବିରରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହି ସୁଧାର ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ସୋନିଆଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସ-୨୦୨୪ରେ ୮ ଜଣ ସଦସ୍ୟଙ୍କୁ ସାମିଲ କରିଛନ୍ତି।

ସୋନିଆଙ୍କ ଗଠିତ ରାଜନୈତିକ ମାମଲା ସମୂହରେ ୮ ଜଣ ନେତା ସାମିଲ  ହୋଇଛନ୍ତି। ଏହିନେତାମାନେ ହେଲେ  ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଅମ୍ବିକା ସୋନୀ, ଦିଗବିଜୟ ସିଂହ, ଆନନ୍ଦ ଶର୍ମା, କେ.ସି. ବେଣୁଗୋପାଳ ଓ ଜିତେନ୍ଦ୍ର ସିଂହ । ସେହିପରି ଟାସ୍କଫୋର୍ସ-୨୦୨୪ର ୮ ନେତାଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ, ମୁକୁଲ ୱାସନିକ୍, ଜୟରାମ ରମେଶ, କେ.ସି.ବେଣୁଗୋପାଲ, ଅଜୟ ମାକନ, ପ୍ରିୟଙ୍କା ଭଦ୍ରା, ରଣଦୀପ ସିଂହ ସୂରଜେୱାଲା ଓ ନିର୍ବାଚନ ରଣନୀତିକାର ସୁନୀଲ କାନଗୋଲୁ ଆଦି ସାମିଲ ଅଛନ୍ତି।   

ସେହିପରି ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପରେ  ଦିଗବିଜୟ ସିଂହ, ସଚ୍ଚିନ ପାଇଲଟ, ଶଶି ଥରୁରଙ୍କ ସମେତ ୯ ଜଣ ନେତାଙ୍କୁ ସାମିଲ କରାଯାଇଛି। ମିଡିଆ ରିପୋର୍ଟ ଅନୁସାରେ କଂଗ୍ରେସ ଉଦୟପୁର ଚିନ୍ତନ ଶିବିରରେ କରାଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ଲାଗି ମଙ୍ଗଳବାର ଦୁଇ ଗୁରୁତ୍ୱପୂର୍ଣ୍ଣ  ଗୋଷ୍ଠୀ ସହ ଏକ ଟାସ୍କଫୋର୍ସ ଗଠିତ ହୋଇଛି। 

   Related Posts