scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତିନି ରାଜ୍ୟରେ ପରାଜୟ ପରେ ସୋନିଆ ସମ୍ଭାଳିଲେ ମୋର୍ଚ୍ଚା, କଂଗ୍ରେସ ନେତାଙ୍କ ବୈଠକ ଡାକିଲେ

4/12/2023 at 5:27 PM

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସୋନିଆ ଗାନ୍ଧୀ ବୈଠକ ଡାକିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋମବାର ସଂଧ୍ୟାରେ ନିଜ ୧୦ ଜନପଥ ସ୍ଥିତ ଆବାସରେ ୫.୩୦ରେ ବୈଠକ ଡାକିଛନ୍ତି । ସୂତ୍ର ଅନୁସାରେ ଏହି ବୈଠକରେ ତିନି ରାଜ୍ୟର ଖରାପ ପ୍ରଦର୍ଶନ ଉପରେ ଆଲୋଚନା ହୋଇପାରେ । ଏହା ବ୍ୟତୀତ ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ ଚୟନ ଉପରେ ବିଚାର ହୋଇପାରେ । ମଧ୍ୟ ପ୍ରଦେଶରେ ପାର୍ଟିକୁ ପୁଣି ଥରେ କ୍ଷମତାକୁ ବାହାରେ ରହିବାକୁ ପଡିଛି । ଅନ୍ୟପଟେ ରାଜସ୍ଥାନ ଓ ଛତିଶଗଡ଼ରେ ନିଜ ସରକାର ହରାଇବାକୁ ପଡ଼ିଛି ।

ପଢନ୍ତୁ: ବିଜେପି ପାଇଁ ବରଦାନ ‘ଲାଡଲୀ ବେହନା’ ଓ ‘ମହତାରୀ ବନ୍ଦନ’; ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବଡ଼ ବିଜୟ

କଂଗ୍ରେସ ସୂତ୍ର ଅନୁସାରେ ଏହି ବୈଠକରେ ସୋନିଆ ଗାନ୍ଧୀ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିବେ । ଏହାଛଡ଼ା I.N.D.I.A ବୈଠକ ଉପରେ ଏଥିରେ ଚର୍ଚ୍ଚା ହୋଇପାରେ । ଡିସେମ୍ୱର ୬ରେ କଂଗ୍ରେସ ମେଣ୍ଟ ବୈଠକ ଡ଼ାକିଛି । ଏପରି ସ୍ଥିତିରେ ସୋନିଆ ଗାନ୍ଧୀ ଡ଼ାକିଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଏହି ପରାଜୟ ପରେ କଂଗ୍ରେସର ଏବେ କେବଳ ତିନି ରାଜ୍ୟ ହିମାଚଳ ପ୍ରଦେଶ, ତେଲଙ୍ଗାନା ଓ କର୍ଣ୍ଣାଟକରେ ସରକାର ରହିଛି । ବିହାର, ଛତିଶଗଡ଼, ତାମିଲନାଡୁ ପରି ରାଜ୍ୟରେ ଜୁନିୟର ପାର୍ଟନର ରୂପେ ମେଣ୍ଟ ସରକାରରେ ସଦସ୍ୟ ଅଛି । ରାଜସ୍ଥାନ ଓ ଛତିଶଗଡ଼ରେ ବିଜୟ ସହ ବିଜେପିକୁ ଅଧିକ ବଳ ମିଳିଛି । ଏଠାରୁ ସେ ୧୦ ରାଜ୍ୟସଭା ଆସନ ଜିତିପାରେ ।

Also Read: ମିଜୋରାମରେ ପୂର୍ବତନ IPS ଲାଲଡୁହୋମାଙ୍କା ପାର୍ଟି ବିଜୟୀ : ZPMକୁ ୨୭, MNFକୁ ୧୦ ଓ ବିଜେପିକୁ ୨ ଆସନ

   Related Posts