କଂଗ୍ରେସ ନେତାଙ୍କୁ ଦିଲ୍ଲୀରୁ ଡାକରା, ସାଙ୍ଗଠନିକ ପରିବର୍ତ୍ତନ ନେଇ ହୋଇପାରେ ଆଲୋଚନା

Published By : Prameya-News7 Bureau | August 20, 2019 IST

ଭୁବନେଶ୍ବର ୨୦|୮:  ଓଡ଼ିଶା କଂଗ୍ରେସ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ୨୨ ତାରିଖରେ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବା ନେଇ ନେତାମାନଙ୍କୁ ଡକାଯାଇଛି । ନୂଆ ଦାୟିତ୍ବ ନେବା ପରେ ସୋନିଆଙ୍କ ସହ ରାଜ୍ୟ କଂଗ୍ରେସ ନେତାଙ୍କର ଏହା ହେବ ପ୍ରଥମ ବୈଠକ । ଏହି ବୈଠକରେ ରାଜ୍ୟ ସାଙ୍ଗଠନିକ ପରିବର୍ତ୍ତନ ନେଇ ଆଲୋଚନା ହୋଇପାରେ ବୋଲି କଂଗ୍ରେସ ଶିବିରରେ ଚର୍ଚ୍ଚା ହେଉଛି ।

ନିରଞ୍ଜନ ପଟ୍ଟନାୟକ ରାଜ୍ୟ ପିସିସି ପଦରେ ରହିବାକୁ ଚାହୁଁନଥିବାରୁ ତାଙ୍କ ପିସିସି ମଙ୍ଗ କିଏ ଧରିବ କିପରି ରାଜ୍ୟ କଂଗ୍ରେସକୁ ସଜଡାଯିବ ଦଳୀୟ ନେତାଙ୍କ ସହ ସୋନିଆ ଆଲୋଚନା କରିପାରନ୍ତି । ଗତ ନିର୍ବାଚନ ପରେ କଂଗ୍ରେସ ବିପର୍ଯ୍ୟୟ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ସେ ଆଉ ସଭାପତି ରହିବାକୁ ଚାହୁଁନାହାନ୍ତି । ଏଥିପାଇଁ ସେ କଂଗ୍ରେସ ଅଧ୍ୟକ୍ଷଙ୍କୁ ୪ଥର ଜଣାଇସାରିଲେଣି । ତେବେ ଏହି ବୈଠକରେ ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବ ତା ଉପରେ ଆଲୋଚନା ହୋଇପାରେ । ବୈଠକରେ ନିରଞ୍ଜନ ପଟ୍ଟନାୟକଙ୍କ ସହ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.