ମିଲେଟ୍ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲିଖିତ ଗୀତ ଗ୍ରାମୀ ପାଇଁ ମନୋନୀତ

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ-ଆମେରିକୀ ଗାୟକ ଫାଲୁଙ୍କ ସହ ମିଶି ମିଲେଟ୍‌ର ଲାଭ ଉପରେ ଏକ ଗୀତ ଲେଖିଥିଲେ । ସେହି ଗୀତ ଏବେ ସଙ୍ଗୀତ କ୍ଷେତ୍ରର ସର୍ବଶ୍ରେଷ୍ଠ ପୁରସ୍କାର ଗ୍ରାମୀ ପାଇଁ ମନୋନୀତ ହୋଇଛି । ଗୀତର ଶୀର୍ଷକ ଅବଡେନ୍ସ ଇନ୍ ମିଲେଟ୍ସ ରହିଛି । ଏହି ଗୀତକୁ ଫାଲଗୁନୀ ଶାହ ଓ ତାଙ୍କ ସ୍ୱାମୀ ଗୌରବ ଶାହ କଣ୍ଠ ଦେଇଥିଲେ ।

ଏହାସହ ସେଡୋ 'ଫୋର୍ସେସ' ପାଇଁ ଆରୁଜ ଅଫତାବ, ବିଜୟ ଆୟର ଓ ଶହଜାଦ ଇସ୍ମାଇଲୀ, 'ଓଲୋନ' ପାଇଁ ୱର୍ନା ବୟ, ‘ଫିଲ’ ପାଇଁ ଡେଭିଡୋ, 'ମିଲାଗ୍ରୋ ୱାଇ ଡିସାଷ୍ଟ୍ରେ' ପାଇଁ ସିବ୍ଲାନା ଏଷ୍ଟ୍ରାଡା, ବେଲା ଫ୍ଲେକ, ଏଡଗର ମେୟର ଓ ଜାକିର ହୁସେନ, 'ପସ୍ତ' ପାଇଁ ରାକେଶ ଚୌରସିଆ, 'ଟୋଡୋ କୋଲୋରସ' ପାଇଁ ଇବ୍ରାହିମ ମାଲୋଫ, ସୀମାଫଙ୍କ ଓ ଟ୍ୟାଙ୍କ ମଧ୍ୟ ମନୋନୀତ ହୋଇଛି ।

ଭାରତର ଏକ ପ୍ରସ୍ତାବ ପରେ ୨୦୨୩କୁ ଅନ୍ତରାଷ୍ଟ୍ରୀୟ ମିଲେଟ୍ ବର୍ଷ ରୂପେ ଘୋଷଣା କରାଯାଇିଛ । ଏହି ପ୍ରସ୍ତାବକୁ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ)ର ସଦସ୍ୟ ଓ ଜାତିସଂଘ ମହାସଭାର ୭୫ତମ ଅଧିବେଶନରେ ସମର୍ଥନ କରାଯାଇଥିଲା । ଚଳିତ ବର୍ଷ ଆରମ୍ଭରେ ଗୀତ ରିଲିଜ୍ ହେବା ପୂର୍ବରୁ ଫାଲୁ କହିଥିଲେ, ମୋ ସ୍ୱାମୀ ଓ ମୋ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଗୀତ ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଅବଡାନ୍ସ ଇନ୍ ମିଲେଟ୍ସ ଟ୍ରାକ୍ ଜୁନରେ ଇଣ୍ଟରନ୍ୟାସନାଲ୍ ଇୟର ଅଫ୍ ମିଲେଟ ଉତ୍ସବରେ ଜାରି କରାଯାଇଥିଲା ।

Also Read: ସଂସଦ କ୍ୟାଣ୍ଟିନ୍‌ରେ ମିଳିବ ମିଲେଟ୍‌ ପ୍ରସ୍ତୁତ ଖାଦ୍ୟ, ‘ମନ୍‌ କି ବାତ୍‌’ରେ ଉପାଦେୟତା ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.