ଭିଜିଲାନ୍ସ ପଞ୍ଝାରେ ସୋନପୁର ଉପଜିଲ୍ଲାପାଳ ଅଫିସ୍ ମୁଖ୍ୟ କିରାଣୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

Published By : Prameya-News7 Bureau | November 18, 2021 IST

ବଲାଙ୍ଗୀର ୮।୧୧: ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗ । ଗୁରୁବାର ସକାଳୁ ସକାଳୁ ରମେଶଙ୍କ ବଲାଙ୍ଗୀର ଶାନ୍ତିପଡା ଓ ତାଲପାଲିପଡା ଘରେ ଚଢାଉ କରିଛି ଭିଜିଲାନ୍ସ । ସେହିପରି ସୋନପୁର ଅଫିସରେ ମଧ୍ୟ ଚଢାଉ ଚାଲିଛି ।

{"id":545687,"width":753,"height":414,"sizeSlug":"full","linkDestination":"none"}

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଛି । ଶାନ୍ତିପଡାରେ ତାଙ୍କ ୩ ମହଲା କୋଠା ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କ ପାସବୁକ, କାଗଜପତ୍ର ଆଦି ଯାଞ୍ଚ ଚାଲିଛି । ତେବେ ବ୍ୟାଙ୍କ ଲକର ଯାଞ୍ଚ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । 

{"id":545688,"width":753,"height":414,"sizeSlug":"full","linkDestination":"none"}

ଭିଜିଲାନ୍ସର ୩ଟି ଟିମ୍ ଏକକାଳୀନ ୩ଟି  ସ୍ଥାନରେ ଚଢାଉ ଜାରି ରଖିଛି । ସେପଟେ ଏହା ୪ ଭାଇଙ୍କ ସମ୍ପତ୍ତି, ସେ କୌଣସି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିନଥିବା  ମୁଖ୍ୟ କିରାଣୀ ସଫେଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.