କଲେଜର ଅତିରିକ୍ତ ଶ୍ରେଣୀ ଗୃହ ଉଦ୍‌ଘାଟିତ, ୧୦ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

Published By : Prameya-News7 Bureau | January 12, 2023 IST

ସୋନପୁର ୧୨।୦୧ : ବୀରମହାରାଜପୁର ବିଧାୟକଙ୍କ ଦ୍ୱାରା କଲେଜର ଅତିରିକ୍ତ ଶ୍ରେଣୀ ଗୃହ ଉଦ୍‌ଘାଟିତ । ସୋନପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ବିଧାୟକଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅତିରିକ୍ତ ଶ୍ରେଣୀ ଗୃହ ।             

କଲେଜ ଅଧ୍ୟକ୍ଷ ଡ଼ଃ ଧୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ  ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ ପଢ, କଠିନ ପରିଶ୍ରମ କର । ତେବେ ଯାଇ ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ହୋଇ ପାରିବ । ଏଥିରେ ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ, ବ୍ଳକ ଅଧ୍ୟକ୍ଷା ଦୀପ୍ତି ରେଖା ନନ୍ଦ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରି ଅଞ୍ଚଳର ସମସ୍ୟା, ବିଭିନ୍ନ କାର୍ଯ୍ୟକ୍ରମ ଲୋକ ଲୋଚନକୁ ଆଣୁଥିବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକମାନଙ୍କୁ ଏବଂ ସମ୍ବଲପୁରରେ ବିଶ୍ଵ ବିଦ୍ୟାଳୟସ୍ତରୀୟ ପରୀକ୍ଷାର (ଟପ୍ ଟେନ୍) ରାଜନୀତି ବିଜ୍ଞାନ ବିଭାଗରେ ଚତୁର୍ଥ ସ୍ଥାନ ରଖିଥିବା ଛାତ୍ରୀ ସସ୍ମିତା ଦୋରା,ନବମ ସ୍ଥାନରେ ଥିବା ଜୟନ୍ତି ସୁନା ଓ ଶିକ୍ଷା ବିଭାଗରେ ଲିଲିମା ଦାଶ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି, କଲେଜ ଅଧ୍ୟକ୍ଷ ସମ୍ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମକୁ ଅଧ୍ୟାପିକା ଦିବ୍ୟାଲୋକା ମହାପାତ୍ର ସଂଯୋଜନା କରିଥିବା ବେଳେ ଶେଷରେ ଇତିହାସ ବିଭାଗ ମୁଖ୍ୟ ଗୋପାଳ କୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ରୁଦ୍ର ନାରାୟଣ ଦାଶ,ବାଣୀ ପ୍ରସାଦ ବିଶ୍ଵାଳ, ବିଶ୍ଵନାଥ ମିଶ୍ର,ଭଗବାନ ସାହୁ,ମାନସ ମିଶ୍ର,ଅଧ୍ୟାପିକା ରୁବୀ ପୂଜାରୀ,ଦୀପ୍ତି ରାଣୀ ସ୍ୱାଇଁ,ବିକ୍ରମ ମେହେର,ଶ୍ରୀକାନ୍ତ ମେହେରଙ୍କ ସହ କଲେଜର ସମସ୍ତ ସହକର୍ମୀ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.