vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି, କୋଠଭୋଗ ଛାଡି ସବୁ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଉମରକୋଟ : ଚାଲାଣ ବେଳେ କଲରା ପତରିଆ ବାଘ ଛାଲ ଜବତ, ଜଣେ ଗିରଫ
  • ||
  • ସୁବର୍ଣ୍ଣପୁର : ମୋବାଇଲ୍ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ପ୍ରାୟ ୨୫ଲକ୍ଷ ଟଙ୍କାର ଫୋନ୍
  • ||
  • କଣ୍ଟାବାଞ୍ଝି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକ୍ ପୋଡି, ଦୋକାନ ବାହାରେ ରଖିଥିବା ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ସାଲେପୁର : ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା
  • ||
  • ଭୋଗରାଇ : ଦିଘା ସମୁଦ୍ରରେ ଗାଧୋଉଥିବା ବେଳେ ବଜ୍ରପାତ : ଦୁଇ ସାଙ୍ଗ ମୃତ, ୪ ଗୁରୁତର
  • ||
  • ୫ ହଜାର ଫୁଟ୍ ଉପରେ କକ୍‌ପିଟ୍‌ରୁ ବାହାରିଲା ଧୂଆଁ, ଜରୁରୀ ଅବତରଣ କଲା ସ୍ପାଇସ୍ ଜେଟ୍ ବିମାନ
  • ||
  • ତେଲକୋଇ : ତେଲକୋଇ ରେଞ୍ଜରେ ଘର ଭାଙ୍ଗି ଧାନ ଖାଇଗଲେ ହାତୀ ପଲ, ଘଉଡାଇବାକୁ ବନ ବିଭାଗର ଉଦ୍ୟମ
  • ||
  • ଚାନ୍ଦବାଲି : ଝିଅ ପାଇଁ ବରପାତ୍ର ଦେଖିବାକୁ ଯିବାବେଳେ ଅଘଟଣ, ବାଇକ୍‌ରୁ ଖସିପଡି ବାପାଙ୍କ ମୃତ୍ୟୁ
  • ||
  • ବିଜେପିର ମିଶନ ତେଲେଙ୍ଗାନା : ଶନିବାରଠୁ ହାଇଦ୍ରାବାଦରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ
  • ||

ବଦଳିଛି ବୁଣାକାରଙ୍କ ସ୍ଥିତି : ଓରମାସ ତରଫରୁ ବୁଣାକାରଙ୍କୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

8/09/2018 at 4:23 PM

ସୁବର୍ଣ୍ଣପୁର ୮/୯ : ସୁବର୍ଣ୍ଣପୁର ଜିଲ୍ଲା ବାନ୍ଧକଳାରେ ଦେଶ ବିଦେଶରେ ବେଶ ନାଁ କରିଛି । ଏଠିକାର ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ଯୋଜନା ଓ ସହାୟତା ପ୍ରଦାନ କରିଛନ୍ତି । ହେଲେ ସରକାରୀ ସହାୟତାକୁ ସଠିକ ଭାବରେ ବିନିଯୋଗ କରି ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟିକିରାପଡା ଗାଁରେ ଥିବା ନ୍ୟୁ ଲାଇଫ ପ୍ରଡୁସର ଗ୍ରୁପ ସାରା ଜିଲ୍ଲା ପାଇଁ ଏକ ଉଦାହରଣ ସାଜିଛି । ଅତ୍ୟାଧୁନିକ କୌଶଳରେ ଶାଢୀ ବୁଣି ବେଶ୍ ଦୁଇ ପଇସା ରୋଜଗାର କରି ଆର୍ଥୀକ ସ୍ଥିତିକୁ ସଦୃଢ କରିପାରିଛନ୍ତି ।
ଏହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଟିକିରାପଡା ଗାଁ । ଜିଲ୍ଲାର ବୁଣାକାର ଗାଁ ଭାବରେ ଏହି ଗାଁ ଟି ବେଶ ପରିଚିତ । ଏହି ଗାଁର ପ୍ରାୟ ସମସ୍ତ ପରିବାର ହସ୍ତଶିଳ୍ପକୁ ନେଇ ଜିବିକା ନିର୍ବ।ହ କରୁଥିବା ବେଳେ ସେମାନେ ହାତରେ ତନ୍ତ ବୁଣି ବିଭିନ୍ନ ପ୍ରକାର ଶାଢି ତିଆରି କରିବାରେ ବେଶ ସିଦ୍ଧହସ୍ତ । ପୁରୁଣା ଢାଂଚାରେ ମାସକୁ ଦୁଇରୁ ୩ ଖଣ୍ଡ ଶାଢି ବୁଣି ବହୁକଷ୍ଟରେ ଜିବିକା ନିର୍ବ।ହ କରୁଥିଲେ । ପରେ ପରେ ଗଁ।ରେ ନ୍ୟୁ ଲାଇଫ ପ୍ରଡୁସର ଗ୍ରୁପ ଗଠନ କରି ରାଜ୍ୟ ସରାକରଙ୍କ ସହାୟତା ତଥା ଜିଲ୍ଲା ଓରମାସ ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ତନ୍ତ ଜାକାର୍ଟ (ବୁଣାଉପକରଣ) ପ୍ରଦାନ କରାଗଲା । ଏହି ସବୁ ସହାୟତା ରାଶି ଓ ଯନ୍ତ୍ରପାତିର ସଠିକ ଉପଯୋଗ ଓ ବିନିଯୋଗ କରି ଏବେ ସେମାନେ କମ୍ ସମୟରେ ମାସକୁ ପ୍ରାୟ ୭ ରୁ ୮ ଖଣ୍ଡ ଶାଢି ବୁଣି ବେଶ୍ ଲାଭବାନ ହୋଇପାରିଛନ୍ତି ।
ସରକାରୀ ସହାୟତା ଓ ତାର ସଠିକ ବିନିଯୋଗ କରି ରାଜ୍ୟରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନ୍ୟୁ ଲାଇଫ ପ୍ରଡକସନ ଗ୍ରୁପ ଜିଲ୍ଲାର ଅବହେଳିତ ବୁଣାକାରମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ।

   Related Posts