ହଜିଗଲା ମାନବିକତା : ସାରା ରାତି ଟ୍ରଲିରେ ପଡିରହିଲା ଶବ
22/02/2020 at 9:09 AM

ତରଭା ୨୨।୦୨: ସୋନପୁର ବିନିକାରେ ଶବକୁ ଅସମ୍ମାନ । ବିନିକା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ବାହାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ମେଡିକାଲ ବାହାରେ ସାରାରାତି ଟ୍ରଲିରେ ପଡିରହିଥିଲା ମୃତଦେହ ।

ବିନିକାପଡାର ଜିତେନ୍ଦ୍ର ସାହୁଙ୍କ ପତ୍ନୀ ପୁଜା ସାହୁ ପୋଡି ହୋଇ ମେଡିକାଲ ଆସିଥିଲେ । ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି ନମିଳିବାରୁ ବାଧ୍ୟହୋଇ ତାଙ୍କୁ ଏକ ଟ୍ରଲିରେ ବିନିକା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ତେବେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହାପରେ ସାରାରାତି ଶବଟି ଟ୍ରଲିରେ ପଡି ରହିଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟକେନ୍ଦ୍ର କୌଣସି ପଦେକ୍ଷପ ନେଇନଥିଲେ । ପରିବାର ଲୋକେ ମଧ୍ୟ ସେଠାରେ କେହିନଥିଲେ ।

Related Posts
କୋରାପୁଟରେ ଚାଞ୍ଚଲ୍ୟ, ଗଳା କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
6 February 2023