ସୋନପୁର ୦୩।୦୫: ଲକ୍ ଡାଉନର ସୁଯୋଗ ନେଇ ସୋନପୁର ଜିଲ୍ଲାରେ ଖୁଲମ୍ ଖୁଲାମ୍ ଚାଲିଛି ଦେଶୀ ମଦ କାରବାର ଚାଲିଛି । ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ସୀମାନ୍ତବର୍ତୀ ଡୁମେରଖୋଲ ଗ୍ରାମ ଜଙ୍ଗଲର ନାଳ ଅଞ୍ଚଳରେ ବେଆଇନ ଭାବରେ ଦେଶୀ ମଦ କାରବାର ବୃଦ୍ଧି ପାଇଛି । ଏହା ଖବର ପାଇ ସୋନପୁର ଓ ବଲାଙ୍ଗୀର ଅବକାରୀ ବିଭାଗ ମିଳିତ ଭାବେ ଯାଇ ଚଢାଉ କରିଥିଲେ । ସୋନପୁର ଅବକାରୀ ଅଧ୍ୟକ୍ଷକ ସାମୁଏଲ୍ ଏକ୍କା ନିର୍ଦ୍ଦେଶ କ୍ରମେ ଷ୍ଟାଫ୍ ଯାଇଥିଲେ । ବଲାଙ୍ଗୀର ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ସିଦ୍ଧେଶ୍ୱର ବେସ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଚଢଉରେ ସାମିଲ ଥିଲେ । ତେବେ ଏହି ଚଢାଉ କରି ୨୬୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି ।
ଶଙ୍ଖ ଭବନରେ ବିଜେଡି ପରାମର୍ଶଦାତା କମିଟି ବୈଠକ, ବିଭି...