ଟିଭିର ‘ପାର୍ବତୀ’ ସୋନାରିକା କଲେ ଗ୍ରାଣ୍ଡ ୱେଡିଂ, ଦୀର୍ଘଦିନର ପ୍ରେମିକ ସହ ନେଲେ ସାତ ଫେରା

Published By : Prameya-News7 Bureau | February 19, 2024 IST

ମୁମ୍ଵାଇ ୧୯।୦୨: ଟିଭିର ପାର୍ବତୀ ଅର୍ଥାତ୍‌ ସୋନାରିକା ଭଦୁରିଆ। ତାଙ୍କ ରିଅଲ ଲାଇଫ୍‌ 'ମହାଦେବ' ବିକାଶ ପର୍ଶରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଗ୍ରାଣ୍ଡ ବିବାହ ଉତ୍ସବରେ ବିକାଶଙ୍କ ସହ ସୋନାରିକା ସାତ ଫେରା ନେଇଥିଲେ। ସୋସିଆଲ ମିଡିଆରେ ଏହି କପଲଙ୍କ ବିବାହର ଝଲକ ଦେଖିବାକୁ ମିଳିଛି।

Sonarika Bhadoriya

'ଦେବୋଁ କା ଦେବ ... ମହାଦେବ' ଫେମ୍‌ ସୋନାରିକା  ଦୀର୍ଘ ଦିନର ପ୍ରେମିକ ବିକାଶ ପର୍ଶରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ମେ ମାସରେ ବିକାଶ ତାଙ୍କ ଲେଡି ଲଭ ସୋନାରିକାଙ୍କୁ ସମୁଦ୍ର କୂଳରେ ପ୍ରପୋଜାଲ ଦେଇଥିଲେ। ତା’ପରେ ଦୁହେଁ ଡିସେମ୍ବର ୨୦୨୨ରେ ନିର୍ବନ୍ଧ କରିଥିଲେ। ଏବେ ଶେଷରେ ଦୁହେଁ ଜୀବନସାଥୀ ହୋଇଛନ୍ତି।

wp:html
/wp:html

ନିର୍ବନ୍ଧର ଦେଢ ବର୍ଷ ପରେ ୧୮ ଫେବୃଆରୀ ୨୦୨୪ ରେ ସୋନାରିକା ଏବଂ ବିକାଶ ପରିବାର, ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। ଉଭୟ ରାଜସ୍ଥାନର ରଣଥାମ୍ବୋରରେ ରାଜକୀୟ ଶୈଳୀରେ ପରସ୍ପରକୁ ହାତ ଧରିଥିଲେ। ଦୁହିଁଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

wp:embed {"url":"https://www.prameyanews7.com/kgf-star-yash-seen-buying-ice-candy-for-wife-radhika/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kgf-star-yash-seen-buying-ice-candy-for-wife-radhika/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.