ଆଜି ସୋନମଙ୍କ ବାହାଘର !!!

Published By : Prameya-News7 Bureau | May 08, 2018 IST

ଆଜି ବଲିଉଡ୍ ଅଭିନେତ୍ରୀ ତଥା ଅନୀଲ କପୁରଙ୍କ ଝିଅ ସୋନମ କପୁର୍ ଙ୍କ ବିବାହ । ଗତକାଲି ସୋନମଙ୍କ ମେହେନ୍ଦୀ ଉତ୍ସବ ରହିଥିଲା। ଜୁହୁଠାରେ ଥିବା ସୋନମଙ୍କ ବାସଭବନରେ ମେହେନ୍ଦୀ ଉତ୍ସବ ଅବସରରେ କେବଳ ତାଙ୍କର କେତେକ ସଂପର୍କୀୟ ଓ କେତେକ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ସୋନମ ତାଙ୍କର ମେହେନ୍ଦୀ ଉତ୍ସବରେ ଏକ ସୁନେଲୀ ରଂଗର ଲେହେଙ୍ଗା ପିନ୍ଧିଥିଲେ । ଏହି ଲେହେଙ୍ଗାକୁ ତିଆରି କରିଛନ୍ତି ଆବୁ ଜାନି ସନ୍ଦୀପ କୋସଲା। ସୋନମଙ୍କର ଏହି ଲେହେଙ୍ଗା ତିଆରି କରିବା ପାଇଁ ଡିଜାଇନର୍ ଦୀର୍ଘ ୧୮ ମାସ ସମୟ ନେଇଥିଲେ। ଲେହେଙ୍ଗାଟିରେ କାଚ ଲଗାଯାଇ ପୂରା ଦେଶୀ ଢଙ୍ଗରେ ତିଆରି କରାଯାଇଛି । ସେପଟେ ଆଜି ସେ।ନମଙ୍କ ବିବାହ ପାଇଁ ଚାଲିଛି ଜେ।ରଦାର ପ୍ରସ୍ତୁତି । ସେ।ନମ ତାଙ୍କ ବୟଫ୍ରେଣ୍ଡ ଆନନ୍ଦ ଆହୁଜାକୁ ବିବାଦ କରିବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.