ବେଦୀରେ ବସିଲେ ବଲିଉଡର ସାୱରିୟା ଗର୍ଲ ସୋନମ କପୁର
8/05/2018 at 11:16 AM

ବଲିଉଡର ସାୱରିୟା ଗର୍ଲ ସୋନମ କପୁରଙ୍କ ବାହାଘର । ବାଜିଲାଣି ସାହାନାଈ। ସବୁଠି ଉତ୍ସବର ମାହୋଲ। ବ୍ୟାଣ୍ଡ ପାର୍ଟି ବି ରେଡ୍ଡି। ସାଙ୍ଗ ସାଥୀ ସମ୍ପର୍କୀୟ, ଫିଲ୍ମଷ୍ଟାରଙ୍କ ଠାରୁ ଆରମ୍ଭ କରି ସମସ୍ତ ଅତିଥି ସେଲିବ୍ରେଟ୍ ମୁଡ୍ରେ। ମାତ୍ର ଆଉ କିଛି କ୍ଷଣର ଅପେକ୍ଷା । ବେଦୀରେ ବସିବାକୁ ଯାଉଛନ୍ତି ବଲିଉଡର ସୁନ୍ଦରୀ ସୋନମ। ଦୀର୍ଘଦିନର ପ୍ରତିକ୍ଷା ପରେ ଆଜି ସୋନମ ନିଜ ବୟପ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରୁଛନ୍ତି। ମୁମ୍ବାଇରେ ହେଉଛି ବାହାଘର। ପରମ୍ପରା ଅନୁଯାୟୀ ରିତୀନିତୀ ଆରମ୍ଭ ହୋଇଯାଇଛି । ବର ଓ କନିଆ ବେଶରେ ଦୁହିଁଙ୍କ ଝଲକ୍ ସାମ୍ନାକୁ ଆସି ସାରିଲାଣି। ଆନନ୍ଦ ବାଦାମୀ ରଙ୍ଗର ସେରେୱାନୀ ପିନ୍ଧି ପୂରା ପରଫେକ୍ଟ ଲାଗୁଛନ୍ତି। ଆଉ ସୋନମ୍ ନାଲି ରଙ୍ଗର ଲେହେଙ୍ଗା ଓ ଅଳଙ୍କାରରେ ସାଧବ ବୋହୂପରି ଦିଶୁଛନ୍ତି।ବିବାହ ପଞ୍ଜାବୀ ରିତିନୀତିରେ ଅନୁଷ୍ଠିତ ହେବ। ଏହି ଉତ୍ସବ ସୋନମ୍ କପୁରଙ୍କ ମାଉସୀଙ୍କ ଘରେ ହେବ। ପରି ରାଇଜ ପରି ଖୋଲା ଆକାଶ ତଳେ ରଙ୍ଗବେରଙ୍ଗ ଫୁଲରେ ଝଲସୁଛି ବାହା ମଣ୍ଡପ।ସଂଗୀତ ଓ ମେହେନ୍ଦୀ ଭଳି ବାହାଘରକୁ ବି ବଲିଉଡ୍ କଳାକାର ମାନଙ୍କ ସୁଅ ଛୁଟୁଛି।