ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ସାମ୍ନାକୁ ଆସିଲା ସୋନମ କପୁରଙ୍କ ପୁଅ ‘ଭାୟୁ’ର ପ୍ରଥମ ଫଟୋ, ଛୋଟ ରାଜକୁମାରଙ୍କ କ୍ୟୁଟନେସ୍ ଦେଖି ଫ୍ୟାନ୍ସ ମତୁଆଲା

22/11/2022 at 2:24 PM

ମୁମ୍ୱାଇ ୨୨/୧୧: ନିକଟରେ ବଲିଉଡ ଅଭିନେତ୍ରୀ ସୋନମ କପୁର ମା ହୋଇପାରିଛନ୍ତି । ଆଜିକାଲି ସେ ମାତୃତ୍ୱ ସୁଖ ଉପଭୋଗ କରୁଛନ୍ତି । ଅଗଷ୍ଟ ୨୦ରେ, ସୋନମ କପୁର ଏକ ସୁନ୍ଦର ପୁତ୍ରକୁ ଜନ୍ମ ଦେଇଥିଲେ । ଯାହାର ନାମ ସେ ଭାୟୁ କପୁର ରଖିଥିଲେ ।

ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସୋନମ । ସୋନମ କପୁର ପ୍ରାୟତଃ ପୁଅ ସହ ଫଟୋ ସେୟାର କରନ୍ତି । ତେବେ ସେ ଏପର୍ଯ୍ୟନ୍ତ ପୁଅର ଚେହେରାକୁ ସାର୍ବଜନୀନ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ସୋନମଙ୍କ ଦ୍ୱାରା ସେୟାର କରାଯାଇଥିବା ସର୍ବଶେଷ ପୋଷ୍ଟରେ ତାଙ୍କ ଛୋଟ ରାଜକୁମାର ଭାୟୁର ପ୍ରଥମ ଝଲକ ଦେଖିବାକୁ ମିଳିଛି । ହଁ, ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଭାୟୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ସୋନମ କପୁର ଏହି ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଭିଡିଓ ସେୟାର କରିଛନ୍ତି । ସୂଚନା ଥାଉକି, ଆଜିକାଲି ସୋନମ କପୁର ପୁଅ ଭାୟୁ ଏବଂ ସ୍ୱାମୀ ଆନନ୍ଦ ଅହୁଜାଙ୍କ ଭ୍ୟାକେସନରେ ଅଛନ୍ତି । ଏଭଳି ପରିସ୍ଥିତିରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କୁ ଛୁଟିଦିନର ଝଲକ୍ ଦେଖାଇଛନ୍ତି ।

ସୋନମ କପୁର ଏବଂ ଆନନ୍ଦ ଆହୁଜା ମଧ୍ୟ ସେୟାର ହୋଇଥିବା ଭିଡିଓରେ ପୁଅକୁ କିସ୍ ଦେଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଭାୟୁଙ୍କ ଝଲକ ପାଇବା ପରେ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ହୋଇଯାଇଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ବେଶ୍ ପସନ୍ଦ କରୁଛନ୍ତି । ସୋନମ ଏହି ଭିଡିଓକୁ କ୍ୟାପସନରେ ‘ସ୍ୱିଟ୍ ନଥିଙ୍ଗ୍ସ’ କ୍ୟାପସନ ଲେଖି ସେୟାର କରିଛନ୍ତି ।

   Related Posts