Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ସୋନମ୍ -ହର୍ଷଙ୍କ ଲଢେଇ

1/06/2018 at 6:07 AM

ସତ ସତିକା ଲଢେଇ ନୁହେଁ । ଲଢେଇ ଇଏ ବଡପରଦାର । ବଡ ବଡ ଷ୍ଟାର୍ ମାନେ ପରସ୍ପରକୁ ଟକ୍କର ଦେଇ ପରଦାକୁ ଆସିବା କିଛି ନୁଆ ନୁହେଁ । କିନ୍ତୁ ଭାଇ ଭଉଣିଙ୍କ ଭିତରେ ଏହି ଲଢେଇ ବଲିଉଡ୍-ରେ ଖୁବ୍ କମ୍ ଦେଖିବାକୁ ମିଳେ ଏହି ସପ୍ତାହ ସେମିତି କିଛି ଘଟିଛି । ରିଲ୍-ରେ ପରସ୍ପରକୁ ଟକ୍କର ଦେଇଛନ୍ତି ରିଅଲ୍ ଲାଇଫ୍ ଭାଇ-ଭଉଣି ସୋନମ୍ କପୁର ଓ ହର୍ଷବର୍ଧନ କପୁର । ବଲିଉଡ୍ ୱେଲନୋନ୍ ଆକ୍ଟର ଅନିଲ୍ କପୁରଙ୍କ କନ୍ୟା ଓ ପୁତ୍ର ହେଉଛନ୍ତି ସୋନମ୍ ଓ ହର୍ଷ । ତେବେ ଏହି ସପ୍ତାହ ରୁପେଲି ପରଦାରେ ସୋନମ୍ ଓ ହର୍ଷ ସାମ୍ନାସାମ୍ନି ହୋଇଛନ୍ତି । ହଁ ଗୋଟିଏ ପଟେ ଯେଉଁଠି ସୋନମ୍ କପୁରଙ୍କ “ବିରେ ଦି ୱେଡିଂ” ହୋଇଛି ସେଇଠି ହର୍ଶବର୍ଧନ କପୁରଙ୍କ “ଭାବେଶ୍ ଯୋଶି ସୁପରହୀରୋ” ମଧ୍ୟ ଅଡିଏନ୍ସଙ୍କ ଆଗକୁ ଆସିଛି । ୪ଜଣ ଝିଅଙ୍କ ବନ୍ଧୁତାକୁ ନେଇ ତିଆରି ହୋଇଛି ବିରେ ଦି ୱେଡିଂ । ଏହି ୪ଜଣ ବେଷ୍ଟଫ୍ରେଣ୍ଡ ଚରିତ୍ରରେ ନଜର ଆସିଛନ୍ତି କରିନା କପୁର, ସୋନମ୍ କପୁର, ସ୍ବରା ଭାସ୍କର ଓ ଶିଖା ତଲ୍ସାନିଆ । ମାଁ ହେବା ପରେ ଏହା କରିନାଙ୍କ ପ୍ରଥମ ଫିଲ୍ମ । ଅନିଲ୍ କପୁର ହୋମ୍ ପ୍ରଡକ୍ସନ୍ ରେ ତିଆରି ହୋଇଥିବା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଘୋଷ । ବିରେ ଦି ୱେଡିଂ ଗୋଟେ ହାଲକାଫୁଲକା ଚଳଚ୍ଚିତ୍ର ହୋଇଥିବା ବେଳେ ହର୍ଷଙ୍କ ଫିଲ୍ମ ଭାବେଶ ଯୋଶି ସମାଜର ସାମାଜିକ ସମସ୍ୟାକୁ ନେଇ ଗତି କରିଛି । କିଭଳି ସମାଜରେ ଘଟୁଥିବା ଅନ୍ୟାୟକୁ ରୋକିବା ପାଇଁ ଜଣେ ସାଧାରଣ ବ୍ୟକ୍ତି ସୁପରହୀରୋ ପାଲଟିଯାଏ, ତାହାକୁ ପରଦାରେ ପେଶ୍ କରିଛି ଭାବେଶ୍ ଯୋଶି । ତେବେ ସୋନମ୍ ବନାମ ହର୍ଷଙ୍କ ଏହି ବକ୍ସ ଅଫିସ୍ ଲଢେଇରେ କିଏ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

   Related Posts