scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋନାଲିଙ୍କର ଖୋଲିଲା ଭାଗ୍ୟ, ୩ଟି ଫିଲ୍ମ କଲେ ସାଇନ୍‌

23/09/2023 at 10:39 AM

ମୁମ୍ଵାଇ ୨୩।୦୯: ଦୀର୍ଘ ଦିନର ଡେଟିଂ ପରେ ୨ ମାସ ତଳେ ଅଶେଷ ସଜନାନିଙ୍କୁ ବିବାହ କରିଛନ୍ତି ଅଭିନେତ୍ରୀ ସୋନାଲି ସେଗଲ ।  ବ୍ୟକ୍ତିଗତ ଜୀବନର ସବୁଠୁ ବଡ଼ ସେଲିବ୍ରେସନ୍‌ ପରେ ବୃତ୍ତିଗତ ଜୀବନକୁ ନେଇ ତାଙ୍କର ସେଲିବ୍ରେସନ୍‌ର ସମୟ  ଆସିଛି । ତାଜା ଖବର, ଜିଓ ଷ୍ଟୁଡିଓ ସହିତ ସେ ୩ ଫିଲ୍ମରେ କାମ କରିବାକୁ ଚୁକ୍ତି କରିଛନ୍ତି । ପ୍ରତ୍ୟେକ ଫିଲ୍ମର  କାହାଣୀ ଓ ତାଙ୍କ ଚରିତ୍ର ଭିନ୍ନ ହେବ । ସବୁ ପ୍ରୋଜେକ୍ଟ ମଜାଦାର ବୋଲି ଶୁଣିବାକୁ ମିଳୁଛି ।

ଫିଲ୍ମ ‘ପ୍ୟାର୍‌ କା  ପଞ୍ଚନାମା’ ଓ ‘ହୈ ମମ୍ମି’ ଭଳି ଫିଲ୍ମରେ ଅଭିନୟ ଲାଗି ସୋନାଲି ଖାସ୍‌ ପରିଚିତି ପାଇଛନ୍ତି । ସେ ସାଇନ୍‌ କରିଥିବା ୩ ଫିଲ୍ମ ମଧ୍ୟରେ ପ୍ରଥମଟି ରୋମାଣ୍ଟିକ୍‌ ହରର୍‌ ଫିଲ୍ମ ‘ଅସେକ୍‌’ ଯାହା ଗତ ଜୁନ୍‌ ମାସରେ  ମୁକ୍ତିଲାଭ କରିଥିଲା । ଏଥିରେ ସେ ବର୍ଦ୍ଧନ ପୁରୀଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ । ବିବାହ ପରେ ଏଇଟି  ସୋନାଲିଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ଫିଲ୍ମ ଥିଲା । ଫିଲ୍ମର ପ୍ରମୋସନ୍‌ ପାଇଁ ସେ ନିଜ ହନିମୁନ୍‌ ଯୋଜନା ବାତିଲ  କରିଥିଲେ।

ହାତରେ ଥିବା ଆଉ ଦୁଇ ଫିଲ୍ମ ମଧ୍ୟରେ ଗୋଟିଏ କମେଡି ଓ ଅନ୍ୟଟି ରୋମାଣ୍ଟିକ୍‌ କମେଡି । ଚଳିତ  ବର୍ଷ ଦୁଇଟିଯାକ ମୁକ୍ତିଲାଭ କରିବ। ଏହାକୁ ବାଦ୍‌ଦେଲେ ବିଭିନ୍ନ ପ୍ରଡକ୍ସନ୍‌ ହାଉସ୍‌ ଅଧୀନରେ ସୋନାଲିଙ୍କ  ହାତରେ ଏକାଧିକ ପ୍ରୋଜେକ୍ଟ ରହିଛି । ଫିଲ୍ମ ‘ନୂରାନି ଚେହ୍‌ରା’ରେ ସେ ନୱାଜୁଦ୍ଦିନ ସିଦ୍ଦିକି ଓ ନୂପୁର ସାନନ୍‌ଙ୍କ  ସହ ନଜର ଆସିବେ । ‘ବୁନ୍ଦି ରାଇତା’ରେ ମଧ୍ୟ ତାଙ୍କୁ ଦେଖିବାକୁ ପାଇବେ ସିନେପ୍ରେମୀ ।

   Related Posts