ସୋନାଲି ଫୋଗଟ ମୃତ୍ୟୁ ଘଟଣାରେ ଟୁଇଷ୍ଟ; ଜାଣନ୍ତୁ ପୁଣି କଣ କହିଲେ ସୋନାଲିଙ୍କ ପରିବାର ?

Published By : Prameya-News7 Bureau | August 27, 2022 IST

ନୂଆଦିଲ୍ଲୀ ୨୭/୦୮: ସୋନାଲି ଫୋଗଟଙ୍କ ପରିବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ସୋନାଲିଙ୍କ ମୃତ୍ୟୁ ଘଟଣା ନହେଉ। ଆମେ ଚାହୁଁଛୁ ସୋନାଲିଙ୍କ ମୃତ୍ୟୁ ଘଟଣା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଭଳି ରହସ୍ୟ ଘେରରେ ନରହୁ।ସୂଚନାଥାଉକି, ଟିକ୍‌ଟକ୍‌ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣା ଏବେ ଜଟିଳ ହେବାରେ ଲାଗିଛି। ଏହି ଘଟଣାରେ ଗୋଆ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ଲବର ମାଲିକଙ୍କୁ ଗିରଫ କରିବା ସହିତ ବାଥ୍‌ରୁମ୍‌ରୁ ଡ୍ରଗ୍ସ  ଜବତ କରିଥିଲା। ଅନ୍ୟପଟେ ସୋନାଲିଙ୍କ ବ୍ୟକ୍ତିଗତ ସହାୟକ ସୁଧିର ସାଙ୍ଗୱାନ ଓ ତାର ସହଯୋଗୀ ସୁଖଜିନ୍ଦର ସିଂହକୁ ଗିରଫ କରିଥିଲା। ଏହାପରେ ସେମାନଙ୍କୁ ୧୦ ଦିନିଆ ନ୍ୟାୟିକ ହେପାଜତରେ ପଠାଇଛି।

ଶନିବାର ସେମାନେ କହିଛନ୍ତି ‘’ଆମେ ଚାହୁଁନୁ ଏହା ସୁଶାନ୍ତ ସିଂହ ରାଜପୁପତଙ୍କ ମୃତ୍ୟୁ ମାମଲା ଭଳି ଚାଲୁ। ପରିବାର କହୁଛନ୍ତି ତାଙ୍କ ପୁଅର ହତ୍ୟା କରାଯାଇଛି। ରିୟା ଚକ୍ରବର୍ତ୍ତି ତାଙ୍କୁ ଡ୍ରଗ୍ସ ଦେଇଥିଲେ ଯିଏକି ଏବେ ବାହାରେ ଅଛନ୍ତି। ମାମଲା ଏବେ ସୁଦ୍ଧା ମଧ୍ୟ ସରିନାହିଁ। ଏହି ମାମଲା ନିଶା ଔଷଧ ସେବନ ବା ନିଶା ଦ୍ରବ୍ୟ କାରବାର ସମ୍ପର୍କିତ ନୁହେଁ, କିନ୍ତୁ ହତ୍ୟା ସମ୍ୱନ୍ଧୀୟ ମାମଲା।‘’   

କୁଲଦୀପ କହିଛନ୍ତି ଆମେ ଚାହୁଁଛୁ ସୋନାଲିଙ୍କ ହତ୍ୟାକାରିଙ୍କୁ ଫାଶି ଦିଆଯାଉ। ଯଦି ମାମଲା ସ୍ପଷ୍ଟ ନହୁଏ ଯେ ତାଙ୍କର ହତ୍ୟା କରାଯାଇଛି, ଆମେ ଏହାର ସିବିଆଇ ତଦନ୍ତ ଦାବି କରିବୁ ଓ ନାର୍କୋଟେଷ୍ଟ ମଧ୍ୟ ଦାବି କରିବୁ।   

ଉଲ୍ଲେଖଯୋଗ୍ୟଯେ, ଗୋଆ ପୋଲିସ କହିଛି ପିଏ ସୁଧୀର ସାଙ୍ଗୱାନ ଓ ସୁଖଜୀନ୍ଦର ସିଂହ ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ଏକ ଉତ୍ସବ ସମୟରେ ସୋନାଲୀଙ୍କୁ ପିଆଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁଇ ଜଣ ଫୋଗଟଙ୍କ ମୃତ୍ୟୁ ପାଇଁ ଦାୟୀ। ଶନିବାର ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। ପରେ ଅଦାଲତ ସେମାନଙ୍କୁ ଏବେ ୧୦ ଦିନିଆ ନ୍ୟାୟିକ ହେପାଜତରେ ପଠାଇଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.