ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ହେବ ସିବିଆଇ ତଦନ୍ତ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସ
12/09/2022 at 5:29 PM

ନୂଆଦିଲ୍ଲୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁପାରିସ କରିଛି । ଗୃହ ମନ୍ତ୍ରଣାଳୟ ଡିଓପିଟି ମନ୍ତ୍ରଣାଳୟକୁ ତଦନ୍ତ କରାଇବା ନେଇ ଏକ ଚିଠି ଲେଖିଛି । ଏହା ପୂର୍ବରୁ ସୋମବାର ଗୋଆ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା ସିବିସିଆଇକୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲେ।
ସୋନାଲି ଫୋଗାଟ ମାମଲାରେ ଗୋଆ ପୋଲିସ ତଦନ୍ତ ଜାରି ରଖିଛି । ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମାମଲାରେ ସିବିଆଇ ତଦନ୍ତ ହେବ ଦରକାର ବୋଲି କହିଥିଲେ । ସେ କହିଥିଲେ, ଗୋଆ ପୋଲିସର ତଦନ୍ତରେ ଯଦି ପରିବାର ସନ୍ତୁଷ୍ଟ ନ ହୁଏ ତେବେ ସିବିଆଇକୁ ହସ୍ତାନ୍ତର କରାଯିବ ଦରକାର।
ଉଲ୍ଲେଖଯୋଗ୍ୟ ଯେ, ହରିୟାଣାର ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ଗତ ମାସରେ ଗୋଆରେ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସୋନାଲିଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସୋନାଲିଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି।