ଜନତା କର୍ଫ୍ୟୁରେ କିସ୍ କରି ଚର୍ଚ୍ଚାରେ ସୋନାଲି : ଅନ୍ୟକୁ ଦେଉଛନ୍ତି କରୋନା ଭାଇରସଠୁ ବର୍ତ୍ତିବାର ପରାମର୍ଶ କିନ୍ତୁ ନିଜେ...

Published By : Prameya-News7 Bureau | March 22, 2020 IST

ମୁମ୍ବାଇ ୨୨/୩: କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବା ଦେଖି ବଲିଉଡର ସବୁ ସେଲିବ୍ରିଟି ନିଜକୁ ଆଇସୋଲେଟ୍ କରିଛନ୍ତି ତ ଆଉ କେତେକ ସେଲିବ୍ରିଟି ନିଜ ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ ସହ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ଗତ ଏକ ସପ୍ତାହରୁ ସୋନାଲି ବେନ୍ଦେ ମଧ୍ୟ ଘରୁ ବାହାରି ନାହାନ୍ତି। ସେ ଏହା ବିଷୟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଜଣାଇଥିଲେ। ସେ ଆଜିକାଲି ଘରେ ରହି ଅଧିକାଂଶ ସମୟ ନେଟ୍ ସର୍ଫିଂ କରୁଛନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ କେତେକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ବନ୍ଧୁ ଗାୟତ୍ରୀ ଓବେରୟଙ୍କ ସହ ନଜର ଆସିଛନ୍ତି। ଫଟୋକୁ ଦେଖି ଲାଗୁଛି ଯେ ସେ ଗାୟତ୍ରୀଙ୍କ ସହ ହ୍ୟାଙ୍ଗଆଉଟ୍ କରିବାକୁ ବାହାରିଛନ୍ତି। ସୋନାଲି ଏହି ଫଟୋ ପୋ​‌ଷ୍ଟ କରି ଟ୍ରୋଲରଙ୍କ ଟାର୍ଗେଟ୍ ହୋଇଛନ୍ତି।

{"id":242598,"width":578,"height":723,"sizeSlug":"large"}

ଆପଣ ଦେଖିପାରୁଥିବେ ଏହି ଫଟୋରେ ଗାୟତ୍ରୀ,ସୋନାଲିଙ୍କୁ କିସ୍ କରୁଛନ୍ତି। ତାଙ୍କ ଫ୍ୟାନମାନେ ସୋନାଲିଙ୍କୁ ସମସ୍ତଙ୍କଠୁ ଦୂରରେ ରହିବାକୁ ପରାମର୍ଶ ଦେଉଛନ୍ତି।

{"id":242599,"sizeSlug":"large"}

ଫ୍ୟାନମାନେ କହିଛନ୍ତି ସୋନାଲି ଲକ୍ଷ ଲକ୍ଷ ଲୋକଙ୍କ ଆଦର୍ଶ। କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବା ଦେଖି ସୋନାଲିଙ୍କୁ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ୍। ତାଙ୍କୁ ମାସ୍କ ପିନ୍ଧିବା ଉଚିତ୍।

{"id":242609,"sizeSlug":"large"}

ଫ୍ୟାନମାନେ କହିଛନ୍ତି ସେ ଅନ୍ୟଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି କିନ୍ତୁ ନିଜେ ଏହାକୁ ପାଳନ କରୁନାହାନ୍ତି।

{"id":242610,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.