କେମୋ ଥେରାପି ଯୋଗୁଁ ପଢିପାରୁନଥିଲେ ସୋନାଲି ବେନ୍ଦ୍ରେ, ହେଲେ ଏବେ ପଢିବେ ହାନ୍ୟା ୟାନାଗିହାରାଙ୍କ ‘ଏ ଲିଟିଲ ଲାଇଫ୍’ ପୁସ୍ତକ

Published By : Prameya-News7 Bureau | November 03, 2018 IST

ନ୍ୟୁୟର୍କ ୩|୧୧:  ସୋନାଲୀ ବେନ୍ଦ୍ରେ ନ୍ୟୁୟର୍କରେ କ୍ୟାନସରର ଚିକିତ୍ସା କରାଉଛନ୍ତି । ସୋନାଲୀ ଧର୍ଯ୍ୟର ସହ ଏହି ରୋଗକୁ ମାତ୍ ଦେବାରେ ଲାଗିପଡିଛନ୍ତି । ସେ ତାଙ୍କ ନିଜର ରୁଟିନ୍ କୁ ସହଜ କରିବାରେ ଲାଗିଛନ୍ତି । ତାଙ୍କର ବହି ପଢିବାର ବହୁତ ସଉକ ରହିଛି । କ୍ୟାନସର କାରଣରୁ ସେ ନିଜର ବହି ପଢା ଅଭ୍ୟାସ ବନ୍ଦ କରିବାକୁ ଚାହୁଁନାହାନ୍ତି । ସୋନାଲୀ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ଏହା ଆଗାମୀ ବହିର ଘୋଷଣା କରିବାର ବେଳ । ପୂର୍ବଥର ବହି ପଢିବାରେ ତାଙ୍କୁ ଅସୁବିଧା ହୋଇଥିଲା । କାହିଁକି ନା କେମୋ ଥେରାପି ଯୋଗୁଁ ତାଙ୍କୁ ଭଲ ଦେଖାଯାଉନଥିଲା । ସେ ପଢି ପାରୁନଥିଲେ । ମାତ୍ର ଏବେ ସବୁ ଠିକ୍ ଅଛି ବୋଲି ସେ ଲେଖିଛନ୍ତି । ଆଗାମୀ ପୁସ୍ତକ ନ୍ୟୁୟର୍କରେ ପଢିବାକୁ ସକ୍ଷମ ବୋଲି ସେ ଲେଖିଛନ୍ତି । ସେ ଯେଉଁ ବହି ବଢିବାକୁ ଯାଉଛନ୍ତି ତାହା ହେଉଛି ହାନ୍ୟା ୟାନାଗିହାରାଙ୍କ ‘ଏ ଲିଟିଲ ଲାଇଫ୍’ । ଏହି ବହି ବିଭିନ୍ନ ସାହିତ୍ୟିକ ଆଓ୍ବାର୍ଡ ପାଇଁ ନୋମିନେଟ ହୋଇସାରିଛି । ଏହହ ବନ୍ଧୁତ୍ବ ଏବଂ ମହତାକାଂକ୍ଷାର କାହାଣୀ । ଏଇ ନିକଟରେ ନମ୍ରତା ଶିରୋଦକର ସୋନାଲୀଙ୍କ ସ୍ବାସ୍ଥ୍ୟ ସଂପର୍କରେ କହିଥିଲେ । ସେ ତାଙ୍କୁ ଭେଟିବାକୁ ମଧ୍ୟ ଯାଇଥିଲେ । ଏକ ସାକ୍ଷାତରେ ନମ୍ରତା କହିଥିଲେ ସୋନାଲୀ ଦୃଢ ଇଚ୍ଛାଶକ୍ତି ସଂପନ୍ନ । ସେ ସୁସ୍ଥ ଦେଖାଯାଉଛନ୍ତି । ସେ ନିଜର ସ୍ବଭାବିକ ଜୀବନକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ସେ ସୋନାଲୀଙ୍କ ସହ ବହୁତ ଭଲ ସମୟ ଅତିବାହିତ କରିଥିଲେ । ସେମାନେ ବହୁତ ପ୍ରସଙ୍ଗକୁ ନେଇ କଥା ହୋଇଥିଲେ । ସେ ତାଙ୍କୁ ତାଙ୍କ ଅସୁସ୍ଥତାର ପୁରା କାହାଣୀ କହିଥିଲେ । ଏହା ମଧ୍ୟ କହିଥିଲେ ଯେ, କେଉଁ ଜିନିଷରୁ ତାଙ୍କୁ ଅଧିକ ସାହାସ ଦେଇଥାଏ । ସୋନାଲୀଙ୍କ ପାଇଁ ସେ ସବୁବେଳେ ପ୍ରାର୍ଥନା କରିଥାନ୍ତି ବୋଲି ତାଙ୍କୁ କହିଥିଲେ । ନମ୍ରତା ତାଙ୍କ ସ୍ବାମୀ ମହେଶ ବାବୁ ଏବଂ ପିଲାମାନଙ୍କ ସହ ନ୍ୟୁୟର୍କରେ ଛୁଟି କଟାଇବା ପାଇଁ ଯାଇଥିଲେ । ସେ କହିଥିଲେ ଯେ, ସୋନାଲୀ ଶୀଘ୍ର ଠିକ୍ ହୋଇ ନିଜ ଦେଶକୁ ଫେରିବେ । ସୋନାଲୀ ଏଇ ନିକଟରେ ସରୋଦ ବାଦକ ଅମଜାଦ ଅଲ୍ଲୀ ଖାନ୍ ଏବଂ ତାଙ୍କ ପୁଅଙ୍କ ସୋ’ରେ ଯୋଗଦେଇଥିଲେ । ପୂର୍ବରୁ ଅନୁପମ ଖେର ମଧ୍ୟ ସୋନାଲୀଙ୍କୁ ଭେଟିଥିଲେ । ଅନୁପମ ଖେର ଏବେ ନ୍ୟୁୟର୍କରେ ନିଜର ନୂଆ ସୋ’ ‘ନ୍ୟୁ ଆମଷ୍ଟରଡ୍ୟାମର ସୁଟିଂ କରୁଛନ୍ତି । ସେ ମଧ୍ୟ ଏକ ସାକ୍ଷାତକାରରେ ସୋନାଲୀ କିଭଳି କ୍ୟାନସର ସହ ଲଢୁଛନ୍ତି ତାହା ବର୍ଣ୍ଣନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.