କ୍ୟାନସର ସହ ଲଢ଼ୁଥିବା ସୋନାଲି ବେନ୍ଦ୍ରେ ପୁଣି ଥରେ ଷ୍ଟାଇଲିସ୍ ଲୁକରେ ନଜର ଆସିଲେ

Published By : Prameya-News7 Bureau | January 15, 2019 IST

ମୁମ୍ବାଇ ୧୫/୧: ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଅଧିକାଂଶ ସମୟରେ ଷ୍ଟାଇଲିସ୍ ଲୁକରେ ଦେଖାଯାଇଛି। ଗତ କିଛି ଦିନରୁ ସେ କ୍ୟାନସର ସହ ଲଢ଼ୁଥିବା ଖବର ସାମନାକୁ ଆସିଥିବା ବେଳେ ସେ ସବୁବେଳେ ଆନନ୍ଦିତ ଥିବା ଦେଖିବାକୁ ମିଳିଛି। ଏବେ ସେ ହ୍ବାଇଟ୍ ଡ୍ରେସ୍ ଏବଂ ମ୍ୟାଚିଙ୍ଗ୍ ବ୍ୟାଗ୍ ସହ ଷ୍ଟାଇଲିସ୍ ଏବଂ ଖୁସି ଥିବା ନଜର ଆସିଛନ୍ତି।

wp:gallery {"ids":[74078]} /wp:gallery

କିଛି ଦିନ ପୂର୍ବେ ହିଁ ସୋନାଲି ଭାରତ ଫେରିଛନ୍ତି। ଭାରତ ଫେରି ସେ କହିଛନ୍ତି ଯେ ସେ ବହୁତ ଖୁସି କାରଣ ସେ ତାଙ୍କ ନିଜ ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିପାରିବେ। ସୋନାଲି ଏବେବି କ୍ୟାନସର ସହ ଲଢ଼ୁଛନ୍ତି। ତାଙ୍କ ଚିକିତ୍ସା ଏବେ ଚାଲିଛି କିନ୍ତୁ ସେ ବାକି ସମୟ ତାଙ୍କ ପରିବାର ଲୋକଙ୍କ ସହ ଅତିବାହିତ କରୁଛନ୍ତି। ଆଉ ସେ ଯେତେବେଳେ ବାହାରକୁ ବାହାରୁଛନ୍ତି ସେତେବେଳେ ଷ୍ଟାଇଲିସ୍ ଲୁକରେ ହିଁ ନଜର ଆସୁଛନ୍ତି।

wp:gallery {"ids":[74079]} /wp:gallery

ଗତ ବର୍ଷ ଯେବେ ସୋନାଲିଙ୍କୁ କ୍ୟାନସର ହୋଇଥିବା ଖବର ଜଣା ପଡ଼ିଥିଲା ତାଙ୍କ ଫ୍ୟାନଙ୍କ ସହ ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଥିଲା। ଏହା ପରେ ସୋନାଲି ଯେପରି ଭାବରେ କ୍ୟାନସର ସହ ଲଢ଼ିବାର ସାହସ ଦେଖାଇଥିଲେ ସମସ୍ତେ ତାଙ୍କୁ ସଲାମ୍ କରିଥିଲେ। ଏହା ବ୍ୟତୀତ ସେ ଯେତେବେଳେ ନ୍ୟୁୟର୍କରେ କ୍ୟାନସର ଚିକିତ୍ସା କରାଉଥିଲେ ସେତେବେଳେ ସୋଶିଆଲ ମିଡିଆରେ ମଧ୍ୟ ଫ୍ୟାନମାନଙ୍କ ସହ ଯୋଡ଼ି ହୋଇ ରହୁଥିଲେ। ନିଜ ସ୍ବାସ୍ଥ୍ୟର ଅପଡେଟ୍ ମଧ୍ୟ ଦେଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.