ମୁମ୍ବାଇ ୨୧।୬: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କର ଆଗାମୀ ବିବାହ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ ସାନାକ୍ଷୀ ତାଙ୍କ ବିବାହ ପୂର୍ବରୁ ମୁସଲମାନ ଧର୍ମ ଗ୍ରହଣ କରିବେ ଓ ତାଙ୍କ ପ୍ରେମୀକଙ୍କ ସହ ନିକାହ କରିବେ। ସୋନାକ୍ଷୀଙ୍କ ଏପରି ନିଷ୍ପତ୍ତି ତାଙ୍କ ଫ୍ୟାନସ୍ ଓ ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ସୋନାକ୍ଷୀ ତାଙ୍କର ନିଷ୍ପତ୍ତି ନେଇ ଏ ପର୍ଯ୍ୟନ୍ତ ସାର୍ବଜନିକ ରୂପେ କୌଣସି ବୟାନ ଦେଇ ନାହାନ୍ତି।
ତେବେ ସୋନାକ୍ଷୀଙ୍କ ନିକଟତମ ସୂତ୍ର ଅନୁସାରେ ସୋନାକ୍ଷୀ ଏପରି ନିଷ୍ପତ୍ତି ତାଙ୍କର ପ୍ରେମୀ ଓ ତାଙ୍କର ଧାର୍ମିକ ମାନ୍ୟତାର ସମ୍ମାନରେ ନେଇଛନ୍ତି। ସେପଟେ ସୋନାକ୍ଷୀ ସିହ୍ନା ଓ ତାଙ୍କ ଭାବି ପତି ଏବେ ନିକାହ ପ୍ରସ୍ତୁତିରେ ଲାଗିପଡିଛନ୍ତି। ପରିବାର ଓ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। କୁହାଯାଉଛି ନିକାହ ରିତିରିବାଜ ଅତ୍ୟନ୍ତ ବ୍ୟକ୍ତିଗତ ଓ ପାରମ୍ପରିକ ଉପାୟରେ ସମ୍ପନ୍ନ କରାଯିବ। ତେବେ ସୋନାକ୍ଷୀ ସିହ୍ନାଙ୍କ ଏହି ନିଷ୍ପତ୍ତିକୁ ନେଇ ତାଙ୍କ ପ୍ରଶଂସକ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି।
କିଛି ଲୋକ ଏହାକୁ ତାଙ୍କର ସାହସ ଓ ପ୍ରେମ ପ୍ରତି ସମ୍ମାନ ବୋଲି କହୁଛନ୍ତି ତ ଆଉ କିଛି ଲୋକେ ଏହାକୁ ତାଙ୍କର ବ୍ୟକ୍ତିଗତ ମାମଲା କହି କୌଣସି ପ୍ରକାର ଟିକା ଟିପ୍ପଣୀରୁ ବର୍ତ୍ତି ରହୁଛନ୍ତି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ବଡ଼ ଷ୍ଟାରମାନେ ସୋନାକ୍ଷୀଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ କରୁଛନ୍ତି ଓ ଆଗାମୀ ଜୀବନ ପାଇଁ ତାଙ୍କୁ ଶୁଭକାମନା ଜଣାଉଛନ୍ତି। ସୋନାକ୍ଷୀ ସିହ୍ନାଙ୍କ ନିକାହ ପରେ ତାଙ୍କ କ୍ୟାରିୟର ଯୋଜନା ବି ଚର୍ଚ୍ଚାର ବିଷୟ ହୋଇ ରହିଛି।
ଆଶା କରାଯାଉଛି ସୋନାକ୍ଷୀ ତାଙ୍କ ପେଷାଦାର ଜୀବନ ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା କରି ତାଙ୍କ ଫ୍ୟାନଙ୍କୁ ଆହୁରିବି ବଢିଆ ଫିଲ୍ମ ଉପହାର ଦେବେ। ଏହି ନିଷ୍ପତ୍ତି ନିଶ୍ଚିତ ରୂପେ ସୋନାକ୍ଷୀ ସିହ୍ନାଙ୍କ ଜୀବନକୁ ଏକ ନୂଆ ମୋଡ଼ ଦେବ। ତାଙ୍କ ଜୀବନର ଏହି ଯାତ୍ରାରେ ତାଙ୍କ ପ୍ରଶଂସକ ନିଶ୍ଚୟ ତାଙ୍କୁ ସମର୍ଥନ କରିବେ ।