ମୁମ୍ଵାଇ ୦୪।୦୭: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ। ତାଙ୍କ ବିବାହ ୧୫ ଦିନ ବି ବିତି ନାହିଁ। ଏବେ ଗର୍ଭଧାରଣ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଚାଲିଛି ଯେ ସୋନାକ୍ଷୀ ଏବଂ ଜହିର ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି । ଏହି କାରଣରୁ ଦୁହେଁ ଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କର ବିବାହ ମଧ୍ୟ ଏକ ରେଜେଷ୍ଟ୍ରି ମ୍ୟାରେଜ ଥିଲା। ଆମେ ଏହା କହୁନାହୁଁ କିନ୍ତୁ ଦମ୍ପତିଙ୍କ ସହ ଜଡିତ ଏକ ସୋର୍ସ ଏହାକୁ ରେଡ୍ଡିଟ୍ ପୋଷ୍ଟରେ ଦାବି କରିଛି। ପୋଷ୍ଟରେ କୁହାଯାଇଛି ଯେ ସୋନାକ୍ଷୀ ଜହିରଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି। ତେଣୁ, ସେମାନେ ରେଜିଷ୍ଟ୍ରେସନ ବିବାହ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଆସନ୍ତୁ ଜାଣିବା ଏହି ରେଡ୍ଡିଟ୍ ପୋଷ୍ଟରେ କେତେ ସତ୍ୟ ଅଛି?
ଗତ ମାସରେ ବିବାହ କରିଥିଲେ
କହିବାକୁ ଗଲେ ସୋନାକ୍ଷୀ ଏବଂ ଜହିର ଗତ ଜୁନ ୩ ରେ ସେମାନଙ୍କର ମ୍ୟାରେଜ ରେଜେଷ୍ଟ୍ରି କରି ଥିଲେ। ଉଭୟ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ହନିମୁନକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସୋନାକ୍ଷୀ ଏବଂ ଜହିର ପିତାମାତା ହେବା ବିଷୟରେ ଆଲୋଚନା ତୀବ୍ର ହୋଇଛି। ନିକଟରେ ଯେତେବେଳେ ଅଭିନେତ୍ରୀ ସ୍ୱାମୀଙ୍କ ସହିତ ହସ୍ପିଟାଲ ବାହାରେ ନଜର ଆସିଥିଲେ। ସେତେବେଳେ ତାଙ୍କ ଗର୍ଭବତୀ ଥିବା ନେଇ ଆଲୋଚନା ହୋଇଥିଲା । ତେବେ ଏହି ଗୁଜବକୁ ଶାନ୍ତ କରାଗଲା ଯେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଯେ ଅଭିନେତ୍ରୀ ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ତାଙ୍କ ପିତାଙ୍କୁ ଭେଟିବାକୁ ଆସିଛନ୍ତି।
ସୋନାକ୍ଷୀ ସିହ୍ନାଙ୍କ ଗର୍ଭବତୀ ପୁନର୍ବାର ରେଡ୍ଡିଟ୍ ପୋଷ୍ଟରେ ପ୍ରସାରିତ ହୋଇଥିଲା। ଯେଉଁଥିରେ ଦାବି କରାଯାଇଛି ଯେ ଅଭିନେତ୍ରୀ ଗର୍ଭବତୀ ଏବଂ ଖୁବ୍ ଶୀଘ୍ର ଜହିର ଇକବାଲଙ୍କ ସନ୍ତାନକୁ ଜନ୍ମ ଦେବେ। ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ତାଙ୍କ ନିକଟ ସୂତ୍ରରୁ ପ୍ରକାଶ। ଏହି କାରଣରୁ ସୋନାକ୍ଷୀ ଏବଂ ଜହିର ଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଭଳି ପରିସ୍ଥିତିରେ, ରେଡ୍ଡିଟ୍ ପୋଷ୍ଟରେ କେତେ ସତ୍ୟତା ଅଛି ତାହା କେବଳ ସମୟ କହିବ ।