ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ

Published By : Prameya-News7 Bureau | March 08, 2022 IST

ମୁମ୍ବାଇ ୦୮/୦୩; ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ। ବଢିଲା ଅଡୁଆ। ଦିଲ୍ଲୀର ଏକ ଇଭେଣ୍ଟରେ ଯୋଗ ଦେଇନଥିବା ଅଭିଯୋଗରେ ତାଙ୍କୁ ୩୭ ଲକ୍ଷ ଟଙ୍କା ଚାର୍ଜ କରାଯାଇଛି। ଏକ ନ୍ୟୁଜ୍ ପୋର୍ଟାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୋରଦାବାଦର କାଟଘରର ଜଣେ କାର୍ଯ୍ୟକ୍ରମ ଆୟୋଜକ ପ୍ରମୋଦ ଶର୍ମା ଏକ କାର୍ଯ୍ୟକ୍ରମ ପାଇଁ ଯୋଜନା କରିଥିଲେ। ଯେଉଁଥିରେ ସୋନାକ୍ଷୀଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ସୋନାକ୍ଷୀ ଏଥିରେ ଯୋଗଦେଇ ପାରିନଥିଲେ। ଯେଉଁଥିପାଇଁ କାର୍ଯ୍ୟକ୍ରମ ଆୟୋଜକ ସେମାନଙ୍କ ଟଙ୍କା ଫେରସ୍ତ ମାଗିଥିଲେ।

ଅଭିଯୋଗ ହେଉଛି ଯେ, ସୋନାକ୍ଷୀଙ୍କ ମ୍ୟାନେଜର ଇଭେଣ୍ଟ ଆୟୋଜକଙ୍କୁ ଟଙ୍କା ଦେବାକୁ ମନା କରି ଦେଇଛନ୍ତି। ବାରମ୍ବାର ସୋନାକ୍ଷୀଙ୍କୁ କହିବା ପରେ ମଧ୍ୟ ଇଭେଣ୍ଟ ମ୍ୟାନେଜର ଏପର୍ଯ୍ୟନ୍ତ ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି।

ଏହି ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ସୋନାକ୍ଷୀଙ୍କୁ ପୋଲିସ୍‌ ଷ୍ଟେସନ୍‌ ଆସିବାକୁ କୁହାଯାଇଥିଲା। କିନ୍ତୁ ସେ ଏଥିରେ ପୋଲିସ୍‌କୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ଏବେ ଜାଲିଆତି ମାମଲାରେ ବଲିଉଡ ଡିଭା ବିରୋଧରେ କୋର୍ଟ ୱାରେଣ୍ଟ ଜାରି ହୋଇଛି।

ନିକଟରେ ସୋସିଆଲ୍‌ ମିଡିଆରେ ସୋନାକ୍ଷୀ ଏବଂ ସଲମାନ ଖାନଙ୍କ ବିବାହ ଫଟୋ ଭାଇରାଲ୍‌ ହେଉଥିଲା। ଦୁହେଁ ବିବାହ କରିଥିବା ଗୁଜବ ଉଠିଲା। ପରେ ଏହି ଫଟୋ ନକଲି ବୋଲି ପ୍ରମାଣିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.