oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଅନଲାଇନ ସପିଙ୍ଗରେ ଫ୍ରଡ: ସୋନାକ୍ଷୀ ମଗେଇଥିଲେ ହେଡ଼ଫୋନ, ଆସିଲା ଲୁହା

13/12/2018 at 4:02 PM

ମୁମ୍ବାଇ ୧୩/୧୨ : ଆଜିକାଲି ଅନଲାଇନ ସପିଙ୍ଗର ଟ୍ରେଣ୍ଡ ଚାଲିଛି | ଘରେ ବସି ସମସ୍ତେ ଅନଲାଇନ ସପିଙ୍ଗ କରିବାକୁ ପସନ୍ଦ କରୁଛନ୍ତି | ଆଜିକାର ବ୍ୟସ୍ତ ବହୁଳ ଜୀବନ ଭିତରେ ଦୋକାନ ଯାଇ ନିଜ ପସନ୍ଦର ଜିନିଷ କିଣିବା ପାଇଁ କାହା ପାଖେ ଏତେ ସମୟ ମଧ୍ୟ ନାହିଁ | ସେଥିପାଇଁ ଲୋକେ ଅନଲାଇନ ସପିଙ୍ଗକୁ ଆପଣେଇଛନ୍ତି | ଘରେ ବସି ଇଣ୍ଟରନେଟରେ ବିଭିନ୍ନ ପ୍ରକାର ସାଇଟକୁ ଯାଇ ନିଜ ପସନ୍ଦ ମୁତାବକ ଜିନିଷ ଦେଖି କିଣୁଛନ୍ତି | ତେବେ ଅନଲାଇନ ସପିଙ୍ଗରେ ଭୁଲ ଜିନିଷ ଆସୁଥିବା ମଧ୍ୟ ଆମେ ବହୁତ ଥର ଅନୁମାନ କରିଛେ | ଗୋଟିଏ ଜିନିଷ ମଗେଇଥିଲେ ଅଲଗା କିଛି ଡେ଼ଲିଭର ହୋଇଥିବା | ଏମିତି ଏକ ଘଟଣା ବଲିଉଡ ତାରକା ସୋନାକ୍ଷୀ ସିହ୍ନାଙ୍କ ସହ ମଧ୍ୟ ଘଟିଛି | ସୋନାକ୍ଷୀ ଆମାଜନ ସାଇଟରୁ ବୋଷର ଏକ ହେଡ଼ଫୋନ ଅର୍ଡର କରିଥିଲେ | କିନ୍ତୁ ହେଡ଼ଫୋନ ବଦଳରେ ଆସିଥିଲା ଖଣ୍ଡେ ଲୁହା |


ଫ୍ରଡ ସମ୍ପର୍କରେ ସୋନାକ୍ଷୀ ଟ୍ୱିଟ କରି କହିଛନ୍ତି ଯେ, ” ଆମାଜନ, ଦେଖ ହେଡ଼ଫୋନ ବଦଳରେ ମତେ କଣ ମିଳିଛି | ସେ ପୁଣି ପୁରା ବନ୍ଦ ଏବଂ ପ୍ୟାକ ହୋଇଥିବା ପ୍ୟାକେଟରୁ | ଆପଣଙ୍କ କଷ୍ଟମର ସର୍ଭିସ କେନ୍ଦ୍ର ଏହି ମାମଲାରେ କୌଣସି ସାହାଯ୍ୟ କରିବା ପାଇଁ ଚାହୁଁନାହିଁ | ଯେଉଁଥିପାଇଁ ସ୍ଥିତି ଗମ୍ଭୀର ହୋଇପଡିଲାଣି |”


ଘଟଣାକୁ ନେଇ ସେ ଆଉ ଏକ ଟ୍ୱିଟ କରି କହିଛନ୍ତି ଯେ, କଣ ଏହି ଚମକୁଥିବା ଲୁହା ଖଣ୍ଡକୁ କିଏ ୧୮ ହଜାର ଟଙ୍କାରେ କିଣିବାକୁ ଚାହୁଁଛନ୍ତି କି ? ତେବେ ଆମାଜନକୁ କଟାକ୍ଷ କରି ସେ କହିଛନ୍ତି ସେ ନିଜେ ଏହାକୁ ବିକ୍ରି କରିଛନ୍ତି | ଆମାଜନ କରୁନାହିଁ | ତେବେ ସୋନାକ୍ଷୀଙ୍କ ଟ୍ୱିଟ ପରେ ଆମାଜନ ରିଟ୍ୱିଟ କରି ସୋନାକ୍ଷୀଙ୍କୁ କ୍ଷମା ମାଗିଥିଲେ |

   Related Posts