Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋନାକ୍ଷୀ କିଣିଲେ ସି-ଫେସିଂ ଲଗଜରୀ ଫ୍ଲାଟ୍‌, ଡ୍ରିମ୍‌ ହାଉସ୍‌ର ଝଲକ ଦେଖାଇଲେ ଅଭିନେତ୍ରୀ

1/06/2023 at 7:59 AM

ମୁମ୍ଵାଇ ୦୧।୦୬: ବର୍ତ୍ତମାନ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଏବେ ସେ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ସେ ତାଙ୍କ ପର୍ସନାଲ ଲାଇଫ ହେଉ ବା ପ୍ରୋଫସନାଲ । ନିକଟରେ ତାଙ୍କ ରିଲେସନଶିପ୍‌କୁ ନେଇ ମଧ୍ୟ ନା ନା କଳ୍ପନା ଜଳ୍ପନା କରାଯାଇଥିଲା । କିନ୍ତୁ  ଏଥର ସୋନାକ୍ଷୀ ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ନୂଆ ଖବର ଦେଇ ଆଲୋଚନାକୁ ଆସିଛନ୍ତି।

ଅଭିନେତ୍ରୀ ମୁମ୍ବାଇରେ ଏକ ନୂଆ ଫ୍ଲାଟ୍‌ କିଣିଛନ୍ତି। ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଘରଟି ଭିତରୁ ବହୁତ ଶାନଦାର। ଘର ଭିତର ଅପେକ୍ଷା ବାହାରର ଦୃଶ୍ୟ ବେଶ୍‌ ସୁନ୍ଦର । ଏହା ହେଲା ସି’ ଫେସିଂ ଫ୍ଲାଟ୍‌ । ଘର ଭିତରେ ଥାଇ ସମୁଦ୍ରର ସୁନ୍ଦର ଦୃଶ୍ୟ ଉପଯୋଗ କରିପାରିବେ। ପ୍ରଶଂସକମାନେ ତାଙ୍କ ନୂଆ ଘରକୁ ଦେଖି ଖୁବ୍‌ ପସନ୍ଦ କରୁଛନ୍ତି।

ସୋନାକ୍ଷୀ ଏହା ପୂର୍ବରୁ ୨୦୨୧ରେ ବାନ୍ଦ୍ରାଠାରେ ୪ ବିଏଚ୍‌କେ ଘର କିଣିଥିଲେ। ଏବେ ସେ ଆଉ ଏକ ଫ୍ଲାଟ୍‌ କିଣିଛନ୍ତି। ଏହାର ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରି ନୂଆ ଘର ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ବି ଦେଇଛନ୍ତି। ଏହି ଫଟୋଗୁଡ଼ିକରେ ସେ ତାଙ୍କ ନୂଆ ଡ୍ରିମି ହାଉସ୍ ସହିତ ପୋଜ୍ କରୁଥିବା ନଜର ଆସିଛନ୍ତି। ଫଟୋ ଦେଖି ଏହା ସ୍ପଷ୍ଟ ଯେ ସୋନାକ୍ଷୀ ବର୍ତ୍ତମାନ ଏକ ମଲ୍ଟିଫ୍ଲୋରା ସମୁଦ୍ର ମୁହାଁ ଫ୍ଲାଟରେ ରହିବାକୁ ପ୍ରସ୍ତୁତ ହେଉଛନ୍ତି।

ଫଟୋରେ ସୋନାକ୍ଷୀ ତାଙ୍କ ଘରେ ନୂଆ ଜିନିଷ ଗୁଡିକ ସେଟ୍‌ କରୁଛନ୍ତି। ଫଟୋ ସେୟାର କରି ସୋନାକ୍ଷୀ କ୍ୟାପସନ୍‌ରେ ଲେଖିଛନ୍ତି, ବହୁତ କଷ୍ଟ: ଚାରା, ବାସନ, ଆଲୋକ, ପ୍ଲେଟ୍‌, କୁଶନ, ଚେୟାର ଏବଂ ଟେବୁଲ, ଫୋକ୍‌, ସିଙ୍କ୍‌, ଡବା ଆଦି କରିବା ସହଜ ନୁହେଁ’। ସୋନାକ୍ଷୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହା ଉପରେ ମନ୍ତବ୍ୟ ଦେଇ ୟୁଜର୍ସମାନେ ସୋନାକ୍ଷୀଙ୍କୁ ନୂଆଘର ପାଇଁ ଅଭିନନ୍ଦନ ଜଣାଉଛନ୍ତି।

You Can Read:

   Related Posts