ବଲିଉଡ୍‌ରେ କିଛି ଆକ୍ଟର ଠିକ୍‌ ସେ ହିନ୍ଦୀ କହିପାରୁ ନାହାନ୍ତି-ସୋନା ମହାପାତ୍ର

Published By : Prameya-News7 Bureau | July 01, 2022 IST

ମୁମ୍ବାଇ ୦୧।୦୭: ସୋନା ମହାପାତ୍ର ଅନେକ ସମୟ ତାଙ୍କ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ବର୍ତ୍ତମାନ ସେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତାମାନ ସହ ଅଭିନେତ୍ରୀଙ୍କୁ ନେଇ ଏପରି କିଛି କହି ଦେଇଛନ୍ତି। ଯାହାକୁ ନେଇ ଖୁବ୍‌ ଆଲୋଚନା ଚାଲିଛି। ଅନେକ କଳାକାର ଅଛନ୍ତି ଯିଏ ସଠିକ୍ ଭାବରେ ହିନ୍ଦୀ କହିପାରୁ ନାହାନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ, ଯେ ସେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବା ସତ୍ତ୍ବେ ହିନ୍ଦୀ କହିପାରୁ ନାହାଁନ୍ତି। ଅନ୍ୟପକ୍ଷରେ ସୋନା ସାଉଥ ଇଣ୍ଡଷ୍ଟ୍ରିକୁ ପ୍ରଶଂସା କରିଛନ୍ତି।

ସୋନା ମହାପାତ୍ର ଖୁବ୍ ଶୀଘ୍ର ନିଜ ଉପରେ 'ଶଟଅପ୍ ସୋନା' ନାମକ ଏକ ଡକ୍ୟୁମେଣ୍ଟାରୀରେ ନଜର ଆସିବେ। ଯାହା ୧ ଜୁଲାଇ ଅର୍ଥାତ୍ zee5ରେ ଷ୍ଟ୍ରିମ୍‌ ହେବ ବଲିଉଡରେ ପ୍ଲେବ୍ୟାକ୍ ଗାୟକ ଭାବେ କାମ କରିବା ପରିବର୍ତ୍ତେ ସୋନା ମହାପାତ୍ର ଲାଇଭ୍ ଶୋ’ ମଧ୍ୟ କରୁଛନ୍ତି । ଯେତେବେଳେ ସୋନାଙ୍କୁ ହିନ୍ଦୀ ଭାଷା ଡିବେଟ୍‌ରେ କହିବାକୁ କୁହାଗଲା, ସେତେବେଳେ ସେ କହିଥିଲେ କି , ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ ବଲିଉଡରେ ବହୁତ ଜବରଦସ୍ତ ତାରକା ଅଛନ୍ତି,

କିନ୍ତୁ ସବୁଠାରୁ ବଡ କଥା ମୁଁ ଏହା ମଧ୍ୟ କହିବି ଯେ କିଛି ଅଭିନେତା ଅଛନ୍ତି ଯେଉଁମାନେ ବହୁତ କଷ୍ଟରେ ହିନ୍ଦୀ କହିଥାନ୍ତି। ଏହା ଲଜ୍ଜାଜନକ ବିଷୟ, କାରଣ ଏକ ହିନ୍ଦୀ ଚଳଚ୍ଚିତ୍ର ତାରକା ଭାବରେ ତୁମେ ଭାଷାରେ ପାରଙ୍ଗମ ହେବା ଜରୁରୀ । ସାଉଥ ଇଣ୍ଡଷ୍ଟ୍ରିରେ ଭାରତର ସୌନ୍ଦର୍ଯ୍ୟ ବହୁତ ଶକ୍ତିଶାଳୀ। ସେ ତାଙ୍କ ଭାଷାକୁ ଉଚ୍ଚରେ ରଖିଥାନ୍ତି । ତାଙ୍କ ପରମ୍ପରାକୁ ବଜାୟ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.