'ନିଜର ଫାଇଦା ପାଇଁ କିଛି ନେତା ମହିଳାଙ୍କୁ ଅପମାନିତ କରନ୍ତି', ଏମିତି କହି ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର

Published By : Prameya-News7 Bureau | February 22, 2024 IST

ମୁମ୍ୱାଇ ୨୨/୦୨: ବଲିଉଡର ଲୋକପ୍ରିୟ ଗାୟକ ସୋନା ମହାପାତ୍ର । ଚର୍ଚ୍ଚିତ ଚେହେରା । ଯେତିକି ଫେମସ ତାଙ୍କ ସ୍ୱରକୁ ନେଇ ସେତିକି ବିବାଦୀୟ ତାଙ୍କ ବୟାନକୁ ନେଇ । ଅନେକ ସମୟରେ ସେ ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ବେଳେବେଳେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡେ । କିଛି ଦିନ ପରେ ସୋନାଙ୍କୁ ନେଇ ଆରମ୍ଭ ହୋଇଛି ସୋସିଆଲ ମିଡିଆରେ ଝଡ ।

ଏଥର ଟାର୍ଗେଟରେ କୌଣସି ହିରୋ ବା ହିରୋଇନ ନୁହଁନ୍ତି । ଏଥର କିନ୍ତୁ ଟାର୍ଗେଟର ଶିକାର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ତୀବ୍ର ନିନ୍ଦା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ ଲେଖିବା ସହ ସୋନା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ।

wp:html /wp:html

କହିବାକୁ ଗଲେ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ସମାରୋହ ସମାରୋହରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ବର୍ଷିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ରିଛି କହୁଥିବା ଉଲ୍ଲେଖ କରିଥିଲେ । ଥରେ ନୁହେଁ ଅନେକ ଥର ସେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଉଲ୍ଲେଖ କରିଥିଲେ ।

ଏଭଳି ପରିସ୍ଥିତିରେ ଗାୟକ ସୋନା ମହାପାତ୍ର ଐଶ୍ୱର୍ଯ୍ୟାଙ୍କ ସପକ୍ଷରେ ବାହାରି କିଛି କହିଛନ୍ତି । ଏହାସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଐଶ୍ୱର୍ଯ୍ୟା ରାୟଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଛନ୍ତି। ସୋନା ଲେଖିଛନ୍ତି ଯେ କିଛି ରାଜନେତା ରାଜନୀତିରେ ନିଜ ଫାଇଦା ପାଇବା ପାଇଁ ନିଜ ଭାଷଣରେ ମହିଳାମାନଙ୍କୁ ଅପମାନିତ କରୁଛନ୍ତି? ପ୍ରିୟ ରାହୁଲ ଗାନ୍ଧୀ, ନିଶ୍ଚିତ ଭାବରେ କେହି ଜଣେ ତୁମ ମା (ସୋନିଆ ଗାନ୍ଧୀ), ଭଉଣୀ (ପ୍ରିୟଙ୍କା ଗାନ୍ଧୀ) କୁ ଏହିପରି ଅପମାନିତ କରେ ଯଦି ଆପଣଙ୍କୁ କେମିତି ଲାଗିବ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ଆପଣଙ୍କୁ କହିବା ପୂର୍ବରି ଟିକିଏ ଭାବିବା କଥା ।

ସୂଚନା ଥାଉକି ରାହୁଲ ଗାନ୍ଧୀ କିଛିଦିନ ତଳେ ଗୋଟିଏ ଅଭିଭାଷଣରେ କହିଥିଲେ ଯେ ସ ଟେଲିଭିଜନ ଚ୍ୟାନେଲଗୁଡ଼ିକ କେବଳ ଐଶ୍ୱର୍ଯ୍ୟା ରାୟଙ୍କ ନାଚ ଦେଖାଉଛନ୍ତି । ସେମାନେ ଗରିବ ଲୋକମାନଙ୍କ ବିଷୟରେ କିଛି ଦେଖାନ୍ତି ନାହିଁ । ସେ ଆହୁରି କହିଥିଲେ କି, ଆପଣ ରାମ ମଣ୍ଡିର ପ୍ରାଣ ପ୍ରତିଷ୍ଠା ଦେଖିଛନ୍ତି । କାରଣ ଏଥିରେ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । କିନ୍ତୁ ପ୍ରକୃତରେ ଦେଶ ଚଳାଉଥିବା ଲୋକଙ୍କୁ ଆମେ ଦେଖିଲୁ ନାହିଁ। ଯାହାକୁ ନେଇ ତେଜିଛି ବିବାଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.