scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଧାନ ବିକି ବ୍ୟାଙ୍କରେ ଟଙ୍କା ରଖିଥିଲା ବାପା, ପ୍ରେମିକା ପାଇଁ ଏଟିଏମରୁ ୭୭ ହଜାର ଉଠାଇନେଲା ପୁଅ, ରଚିଲା ଅପହରଣ ନାଟକ

5/03/2021 at 11:20 AM

ଡେରାବିଶ,୦୫/୦୩: ଅତି ସ୍ନେହ ପାଇ ବିଗିଡିଗଲା ପୁଅ । ହୁଡିଗଲା ବାଟ । ରଚିଲା ମିଛ ଅପହରଣ ନାଟକ । ପ୍ରେମିକାକୁ ଖୁସି କରିବା ଓ ବନ୍ଧୁମାନଙ୍କ ସାଙ୍ଗରେ ଅୟସ୍‌ କରିବା ପାଇଁ ଜଣେ ନାବାଳକ (୧୭ ବର୍ଷ) ବାପା-ମା’ଙ୍କ ଅଜାଣତରେ ବାପାଙ୍କ ଏଟିଏମ୍‌ରୁ ୭୭ ହଜାର ଟଙ୍କା ଉଠାଇ ନେଇ ଖର୍ଚ୍ଚ କରିଥିଲା । ବାପା-ମା’ ଜାଣିବା ପରେ ସେମାନଙ୍କ ରୋଷରୁ ବର୍ତ୍ତିବା ପାଇଁ ଏକ ମିଛିମିଛିକା ଅପହରଣ ନାଟକ ରଚିଥିଲା । ଶେଷରେ ସେ ନିଜ ଜାଲରେ ନିଜେ ଫସିଯାଇଥିଲା । ନିଜେ ପୋଲିସ୍‌ ଆଗରେ ପର୍ଦ୍ଦାଫାସ୍‌ କରିଥିଲା ଅପହରଣ ନାଟକର ସମ୍ପୂର୍ଣ୍ଣ କାହାଣୀ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ରଘୁଦେଇପୁର ପଂଚାୟତ ବେଲାରପୁର ଗ୍ରାମରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ।

ସୂଚନାନୁସାରେ, ମିଛ ଅପହରଣ ନାଟକ ରଚିଥିବା ନାବାଳକକୁ ଉଦ୍ଧାର କରିବା ପାଇଁ ଡେରାବିଶ ଆଇଆଇସି ଉମାକାନ୍ତ ନାୟକଙ୍କୁ ପୂରା ପୋଲିସ୍‌ ଟିମ୍‌ ସହିତ ରାତିସାରା ନୟାନ୍ତ ହେବାକୁ ପଡ଼ିଛି । ଶେଷରେ ପୋଲିସ୍‌ ସଂପୃକ୍ତ ନାବାଳକକୁ ଧରି ତା’ଠାରୁ ସତ ଓକାଳିବା ପରେ ତା’ ବାପା-ମା’ଙ୍କୁ ହସ୍ତାନ୍ତର କରିଛି । ଘଟଣାଟି ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ନାବାଳକର ବୟାନ ଅନୁଯାୟୀ, ତା’ ବାପା ଧାନ ବିକି ବ୍ୟାଙ୍କରେ ଟଙ୍କା ଜମା ରଖିଥିଲେ । ଏହା ଜାଣିବା ପରେ ସଂପୃକ୍ତ ନାବାଳକ ବାପାଙ୍କ ଏଟିଏମ୍‌ କାର୍ଡ ଲୁଚାଇ ଆଣି ୧୫ ଦିନ ତଳେ ସେଥିରେ ୩୭ ହଜାର ଟଙ୍କା ଉଠାଇ ନେଇଥିଲା । ପୁଣି ମାର୍ଚ୍ଚ ୧ ତାରିଖ ଦିନ ଆଉ ୪୦ହଜାର ଟଙ୍କା ଉଠାଇ ଖର୍ଚ୍ଚ କରିଥିଲା । ଏ ସମ୍ପର୍କରେ ଜାଣି ବାପା-ମା’ ବିରକ୍ତ ହୋଇଥିଲେ । ବାପା-ମା’ଙ୍କ ରାଗରୁ ବର୍ତ୍ତିବା ପାଇଁ ସେ ତାରେଣୀ ଛକକୁ ବାଇକ୍‌ରେ ଆସି ସେହି ସମୟରେ ଏକ ବୋଲେରୋ ସେପଟେ ଜାତୀୟ ରାଜପଥ ଆଡ଼କୁ ଯାଉଥିବା ଦେଖି ଲିଫ୍‌ଟ୍‌ ମାଗି ସେଥିରେ ଯାଇଥିଲା । ଏହା ପରେ ସେମାନେ ବାଟରେ ଗାଡ଼ିରେ ଡିଜେଲ ପକାଇବା ସହ ହୋଟେଲ୍‌ରେ ଖାଇଥିଲେ । ଯାଜପୁରର ଭାକୁଡ଼ ଛକରେ ସେ ବୋଲେରୋରୁ ଓହ୍ଲାଇ ପଡ଼ିଥିଲା ।

ଏପରିକି ବାପାଙ୍କ ଏଟିଏମ୍‌ରେ ଉଠାଇ ଖର୍ଚ୍ଚ କରିଥିବା ଟଙ୍କା ରୋଜଗାର କରିବା ପରେ ସେ ଘରକୁ ଫେରିବ ନାହିଁ ବୋଲି ପ୍ରତିଜ୍ଞା କରି ଘରୁ ଚାଲିଯାଇଥିବା କଥା ନାବାଳକ ଜଣକ ପୋଲିସକୁ କହିଛି। ପୋଲିସ ନାବାଳକର ବାପା-ମା’ଙ୍କୁ ଡକାଇ ତାଗିଦ୍‌ କରିବା ପରେ ନାବାଳକକୁ ହସ୍ତାନ୍ତର କରିଛି ।

   Related Posts