ବାରାବଙ୍କି ୨୮/୧୧: ଉତ୍ତରପ୍ରଦେଶର ବାରାବଙ୍କିରେ ଜଣେ ସୈତାନ ପୁଅ ପତ୍ନୀ ସହ ମିଶି ନିଜ ବାପାଙ୍କୁ ଗଛରେ ବାନ୍ଧି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରି ଦେଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୁଅ ବାପାଙ୍କ ଜାଗା ଏବଂ ସମ୍ପତ୍ତି ନିଜ ନାଁରେ ଲେଖିଦେବାକୁ ବାଧ୍ୟ କରୁଥିଲା ଏବଂ ଏହାକୁ ନେଇ ବହୁତ ଥର ସେମାନଙ୍କ ମଧ୍ୟରେ ଝଗଡ଼ା ବି ହୋଇଥିଲା।
ଏହି ଲୋମଟାଙ୍କୁରା ଘଟଣା ଯୋଗୁଁ ସାରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଅଭିଯୁକ୍ତ ପୁଅ ନିଜ ପତ୍ନୀ ସହ ଫେରାର ହୋଇ ଯାଇଥିଲା। ସୂଚନା ପାଇ ପୋଲିସ୍ ପହଞ୍ଚି ନିଜ ତଦନ୍ତ ଆରମ୍ଭ କରି ଦେଇଥିଲା। ପରେ ପୋଲିସ୍ ଅଭିଯୁକ୍ତ ପୁଅ ଏବଂ ବୋହୂକୁ ଗିରଫ କରି ନେଇଥିଲା।
ଏହି ଝଗଡ଼ା ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରିଥିଲା ଏବଂ ପୁଅ ,ନିଜ ବାପାଙ୍କୁ ଘର ବାହାରେ ଲଗାଯାଇଥିବା ଗଛ ଯାଏଁ ଘୋଷାଡ଼ି ନେଇଥିଲା ଏବଂ ତାଙ୍କୁ ସେହି ଗଛରେ ବାନ୍ଧି ଦେଇଥିଲା। ଏହା ପରେ ରାଗି ଯାଇ ଧାରୁଆ ଅସ୍ତ୍ର ଆଣି ବାପାଙ୍କ ବେକକୁ ଆକ୍ରମଣ କରିଥିଲା ଯାହା ଫଳରେ ଘଟଣାସ୍ଥଳରେ ଶ୍ରୀରାମଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ସେ ନିଜ ପତ୍ନୀ ସହ ଫେରାର ହୋଇ ଯାଇଥିଲା। ଏହି ଘଟଣାର ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ପୋଲିସ୍ ଅଭିଯୁକ୍ତ ପୁଅ ଏବଂ ବୋହୂକୁ ଗିରଫ କରିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅଭିଯୁକ୍ତ ମନୋଜ ତା ବାପାଙ୍କୁ ଗଛରେ ବାନ୍ଧିଥିଲା ଏବଂ ଏକ ବଡ଼ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲା।