suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ଘରର ଏକମାତ୍ର ରୋଜଗାରିଆ ପୁଅର ଦୁଇଟିଯାକ କିଡ୍ନୀ ଖରାପ, ମା ଗୋଟିଏ କିଡନୀ ଦେଲାପରେ ମଧ୍ୟ ହେଲେନି ଭଲ, ଜୀବନ ପାଲଟିଛି ଖାଲି ଯନ୍ତ୍ରଣା

8/07/2019 at 7:31 PM

ବୌଦ୍ଧ୮|୭; ଗରିବ ଅସହାୟଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା।ପେଟକୁ ଖାଇବା ପାଇଁ ଆଉ ମୁଣ୍ଡଗୁଞ୍ଜିବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ସରକାର । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଖଟିଖିଆ ମୂଲିଆଙ୍କ ପାଇଁ ସରକାରଙ୍କ ଯୋଜନା କାହିଁ କେତେ ଯୋଜନ ଦୂରରେ ଯେମିତି…

ମୃତ୍ୟୁ ସହ ସଂଗ୍ରାମକରୁଛି ଘରର ଏକ ମାତ୍ର ରୋଜଗାରକ୍ଷମ ପୁଅ ।୫ ବର୍ଷ ହେଲା ଜୀବନ ପାଲଟିଛି ଦୁର୍ବିସହ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଯୁବରାଜପୁର ଗାଁର ଏହି ଭଙ୍ଗା ଦଦରା ଘରକୁ ଦେଖନ୍ତୁ। ଖଟିଆରେ ଅସହାୟ ଅବସ୍ଥାରେ ପଡ଼ିଥିବା ଏହି ବ୍ୟକ୍ତି ହେଉଛନ୍ତି ଭୀମସେନ ରଣା । କିଡିନୀ ରୋଗରେ ଆକ୍ରାନ୍ତ ହୋଇ ଦୁଇଟିଯାକ କିଡ଼ନୀ ହରାଇଛନ୍ତି ଭୀମସେନ ।ଗୋଟିଏ ପଟେ ରୋଜଗାରିଆ ପୁଅ ଅନ୍ୟ ପଟେ ତାର ସଂସାର । କେମିତି ବା ସହିଥାନ୍ତା ମାଆର ହୃଦୟ । ପୁଅର ଅବସ୍ଥା ଦେଖି ଗୋଟିଏ କିଡନୀ ଦେଇଥିଲେ ମାଆ ରେଖା । ଭାବିଥିଲେ ପୁଅ ସୁସ୍ଥ ହେବ ପୁଣି ଥରେ ମୂଲ ମଜୁରୀ କରି ଘର ଚଳାଇବ ।ସେଥି ପାଇଁ କିଡନୀ ଦେବା ସହିତ ଯାହା କିଛି ସମ୍ବଳ ଥିଲା ଆସ୍ତ୍ରୋପଚାରରେ ସବୁ କିଛି ସାରିଦେଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଅସ୍ତ୍ରୋପଚାର ପରେ ଏବେ ଔଷଧ କିଣି ବାକୁ ପାଖରେ ଟଙ୍କା ନାହିଁ ଫଳରେ ଉଭୟ ମାଆ ପୁଅଙ୍କ ଅବସ୍ଥା ଏବେ ବିଗିଡ଼ିବାକୁ ବସିଲାଣି।

ଯମ ଯନ୍ତ୍ରଣାରେ ଛଟପଟ ଘରର ଦୁଇ ମୁରବି । କେବେ ଘରେ ଚୁଳି ଜଳୁଛି ତ ଆଉ କେବେ ଖାଡ଼ା ଉପାସ । ପାଞ୍ଚପ୍ରାଣୀ କୁଟୁମ୍ବ ସତେ ଯେମିତି ମୃତ୍ୟୁ ଅପେକ୍ଷାରେ ଅଛନ୍ତି ।  ଏପରି କ୍ଷେତ୍ରରେ ସରକାର ତାଙ୍କ ପରିବାରକୁ ଆର୍ଥିକ ସହାୟତା ତ ଦେବା ଦୂରର କଥା । ଆଜି ପର୍ଯ୍ୟନ୍ତ ପକ୍କା ଘର ଖଣ୍ଡେ ମଧ୍ୟ ମିଳିନାହିଁ । ତେବେ ହରଭଙ୍ଗା ବ୍ଲକରେ କେବଳ ଭୀମସେନଙ୍କ ପରିବାରର ଏପରି ଅବସ୍ଥା ନୁହେଁ ।ସମଗ୍ର ବ୍ଳକରେ ଏମିତି ଶହ ଶହ ଭୀମସେନଙ୍କ ପରିବାର ଉଜୁଡ଼ି ଯାଇଛି । ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଅବଗତ ଥିଲେ ମଧ୍ୟ ଘଟଣାକୁ ନେଇ ଯେମିତି ଆଖି ବନ୍ଦ କରିଦେଇଛି । ତେବେ ଆମ ପ୍ରତିନିଧିଙ୍କ ଠାରୁ ଶୁଣିବା ପରେ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ବିଡିଓ।

ଭୀମସେନଙ୍କ ପରିବାରକୁ ସହାୟତା ଦେବା ସହିତ କିଡିନୀ ରୋଗର କାରଣ ଖୋଜିବା ପାଇଁ ସାଧାରଣରେ ଦାବି ହୋଇଛି ।ତେବେ ଯଦି କୌଣସି ସହୃଦୟବ୍ୟକ୍ତି ଭୀମସେନଙ୍କୁ ସାହାର୍ଯ୍ୟ କରିବାକୁ ଚାହାଁନ୍ତି ଭାରତୀୟ ଷ୍ଟେଟ ବ୍ୟାଙ୍କ 36255856066 ଆକାଉଟ ନମ୍ବର ରେ ସାହାଯ୍ୟ କରିପାରିବେ କିମ୍ବା 7609814650 ମୋବାଇଲ ନମ୍ବର ରେ ଯୋଗାଯୋଗ କରି ସହଯୋଗ କରିପାରିବେ । 

   Related Posts