ହଜିଯାଇଥିଲା ଭିନ୍ନକ୍ଷମ ପୁଅ, ୬ବର୍ଷ ପରେ ଫେରି ପାଇଲେ ବାପା-ମା’

Published By : Prameya-News7 Bureau | July 11, 2023 IST

କେନ୍ଦୁଝର ୧୧୭: ଟିପ ଚିହ୍ନ ପାଇଁ ୬ ବର୍ଷ ପୂର୍ବେ ହଜିଯାଇଥିବା ଭିନ୍ନକ୍ଷମ ପୁଅକୁ ପାଇଲେ ବାପା-ମା’ । ଏପରି ଏକ ମର୍ମସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ ।

ସୂଚନାଯୋଗ୍ୟ ଯେ, ଗତ ୨୦୧୭ ମସିହା ଜୁନ୍ ମାସ ଦୁଇ ତାରିଖ ଦିନ ୧୩ ବର୍ଷର ଏକ ଭିନ୍ନକ୍ଷମ ନାବାଳକ କେନ୍ଦୁଝର ବଜାରରେ ଅତି ଅସହାୟ ଅବସ୍ଥାରେ କାନ୍ଦି କାନ୍ଦି ବୁଲୁଥିଲା । ଖବର ପାଇ ଶିଶୁ ମଙ୍ଗଳ ସମିତି ପକ୍ଷରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ହେଲେ ଶିଶୁଟି ଭିନ୍ନକ୍ଷମ ହୋଇଥିବାରୁ ନା କାହା କଥା ଶୁଣି ପାରୁଥିଲା ନା କହା ପ୍ରଶ୍ନର ଉତ୍ତର ଦେଇପାରୁଥିଲା ନା ଘର ଠିକଣା । ଏଠାକୁ କେମିତି ଆସିଲା ସେ ବିଷୟରେ କିଛି କହି ପାରୁନଥିଲା । କେବଳ ବିକଳ ହୋଇ କାନ୍ଦୁଥିଲା । ଶେଷରେ ଭିନ୍ନକ୍ଷମ ଶିଶୁଟିକୁ ସୁରକ୍ଷିତ ଭାବରେ ରଖିବାକୁ ତେଲକୋଇ ସ୍ଥିତ ଭିନ୍ନକ୍ଷମ ସଂସ୍ଥାକୁ ପଠାଇ ଦିଆଗଲା ।

ଶିଶୁଟି ସମ୍ପର୍କରେ ଜାଣିବାକୁ ମୁଦ୍ରିତ ଓ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଚାର ପ୍ରସାର କରାଗଲା ହେଲେ ପରିବାର ଲୋକଙ୍କ ଠିକଣା ମିଳିଲା ନାହିଁ । ଶେଷରେ ଏବେ ୬ ବର୍ଷ ପରେ ଆଧାର କାର୍ଡ ପାଇଁ ଟିପ ଚିହ୍ନ ନେବା ବେଳେ ତାଙ୍କର ଆଗରୁ ଏକ ଆଧାର କାର୍ଡ଼ ଥିବା କଥା ଜଣାପଡିଥିଲା । ଶିଶୁଟି ବିହାର ରାଜ୍ୟର ଦରଭଙ୍ଗା ଜିଲ୍ଲାର ରାମ କିଶୋର ଯାଦବଙ୍କ  ପୁଅ ବୋଲି  ଜଣାପଡିଥିଲା । ପ୍ରଶାସନ ପକ୍ଷରୁ ରାମ କିଶୋରଙ୍କୁ ଯୋଗାଯୋଗ କରାଯିବା ପରେ ସେ କେନ୍ଦୁଝରରେ ପହଞ୍ଚିଥିଲେ । ତାଙ୍କ ହଜିଲା ପୁଅକୁ ପାଇ ଖୁସିରେ ଅଧିର ହୋଇ କହିଛନ୍ତି, କୃଷ୍ଣଙ୍କୁ ବାସୁଦେବ ଜନ୍ମ ଦେଇଥିଲେ କିନ୍ତୁ ନନ୍ଦରାଜା ପାଳିଥିଲେ ଯାହାର ଉଦାହରଣ ମୋ ପୁଅ କ୍ଷେତ୍ରରେ ଦେଖିବାକୁ ମିଳିଛି ।

ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ କହିବା କଥା ଅନେକ ଚେଷ୍ଟା ପରେ ଅନେକ ବର୍ଷ ପରେ ଆଜି ପିଲାଟି ତାର ପରିବାରକୁ ଫେରିପାଇଛି । ଏହା ଏକ ଅତି ଆନନ୍ଦର ମୁହୂର୍ତ୍ତ ।

You Can Read :

wp:embed {"url":"https://www.prameyanews7.com/man-gets-10-years-imprisonment-in-dharmagarh-of-kalahandi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/man-gets-10-years-imprisonment-in-dharmagarh-of-kalahandi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.