ଗଞ୍ଜାମ ଜିଲ୍ଲା: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରଙ୍କୁ ଗୁହାରି କଲେ ବାପା-ମାଆ...

Published By : Prameya-News7 Bureau | January 09, 2020 IST

ଗଞ୍ଜାମ୯/୧: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଗରିବ ପରିବାରରେ ଜନ୍ମ ହୋଇଥିବା ପିଲା ଟଙ୍କା ଅଭାବରୁ ଚିକିତ୍ସା ହୋଇ ପାରୁନାହିଁ। କାମ କଲେ ଘରେ ଚୂଲି ଜଳେ। ଏତେ ଟଙ୍କା କେଉଁଠୁ ଆଣିବେ ଯେ ପିଲାକୁ ବଡ଼ ଡାକ୍ତରଙ୍କୁ ଦେଖାଇବେ। ପୁଅର କଷ୍ଟ ଅତିସହ୍ୟ ହେବାରୁ ସରକାରଙ୍କୁ ଗୁହାରି କଲେ ବାପା।  ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକର ଗୋଠ ଗାଆଁରେ ଜଣେ ନାବାଳକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପିଲାଟି ବହୁତ କଷ୍ଟ ପାଉଛି। ପିଲାଟିର ବାପାଙ୍କ ନାଁ ହେଉଛି ପ୍ରଭାକର ପ୍ରଧାନ।

{"id":209199,"sizeSlug":"large"}

ପ୍ରଭାକରଙ୍କ ସାନ ପୁଅ ଜଗନ୍ନାଥ ପ୍ରଧାନ ଏହି ଅଜଣା ରୋଗରେ ଶିକାର ହୋଇଛନ୍ତି। ଏହି ରୋଗରେ ପିଲାଟିର ଶରୀରର ପୋଡି ଗଲା ଭଳି ଦେଖାଯାଇଛି । ଏହା କି ପ୍ରକାର ରୋଗ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପ୍ରଭାକରଙ୍କ ପାଖରେ ଟଙ୍କା ଥିଲେ ହୁଏତ ବଡ଼ ଡାକ୍ତରଙ୍କୁ ଦେଖାଇ ପୁଅର ରୋଗ ଚିହ୍ନଟ କରି ପାରିଥାନ୍ତେ। ତେବେ ଚାଷକରି ପ୍ରଭାକର ଘରର ଗୁଜୁରାଣ ମେଣ୍ଟାଇ ଥାଆନ୍ତି।

{"id":209200,"width":582,"height":817,"sizeSlug":"large"}

ପ୍ରଭାକରଙ୍କ କହିବା ଅନୁସାରେ ତାଙ୍କ ପାଖରେ ଏତେ ଟଙ୍କା ନାହିଁ ଯେ ପୁଅକୁ ବଡ଼ ହସ୍ପିଟାଲରେ ଦେଖାଇବେ। ସ୍ଥାନୀୟ ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ପିଲାଟିକୁ ସାହାଯ୍ୟ କଲେ ହୁଏତେ ସେ ସୁସ୍ଥ ହୋଇ ପାରିବେ। ପୁଅର କଷ୍ଟ ସହି ନ ପାରି ପ୍ରଭାକର ହାତଉଧାରି କରି ଯାହା ଟଙ୍କା ଆଣିଥିଲେ ସବୁ ପୁଅର ଚିକିତ୍ସାରେ ଖର୍ଚ୍ଚ କରି ସାଲେଣି।

{"id":209201,"sizeSlug":"large"}

ପୁଅକୁ ବଡ଼ ହସ୍ପିଟାଲରେ ଦେଖାଇ ପାଇଁ ପ୍ରଭାକରଙ୍କ ପାଖରେ ଆଉ ସାମର୍ଥ୍ୟ ନାହିଁ। ସ୍ଥାନୀୟ ପ୍ରଶାସନ, ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ପିଲାଟିକୁ ସାହାଯ୍ୟ କଲେ ପୁଣି ଥରେ ଜଗନ୍ନାଥ ମୁଁହରେ ଖୁସି ଫେରି ଆସିବ। ସେଥିପାଇଁ ପୁଅର ଚିକିତ୍ସା ପାଇଁ ପ୍ରଭାକର ଓ ତାଙ୍କ ପତ୍ନୀ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.