ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବା ପରେ ସଫଳତା ଏବଂ ସଂଘର୍ଷର ଅନେକ କାହାଣୀ ସାମନାକୁ ଆସିବାରେ ଲାଗିଛି । ସେହିଭଳି ଏକ ସଫଳତାର କାହାଣୀ ନାୟକ ହେଉଛନ୍ତି ପୱନ କୁମାର । ଉତ୍ତର ପ୍ରଦେଶର ପୱନ କୁମାର ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୩ରେ ୨୩୯ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।
ରେଜଲ୍ଟ ଘୋଷଣା ହେବା ପରେ ପୱନ ପରିବାର ଲୋକଙ୍କ ସହ ମିଠା ବାଣ୍ଟି ଖୁସି ମନାଉଥିବା ନଜର ଆସୁଛନ୍ତି । ଯେଉଁଥିରେ ତାଙ୍କ ମାଟି ଘର ମଧ୍ୟ ଦେଖିବାକୁ ମିଳିଛି । ଭାଇରାଲ ଭିଡିଓରେ ପୱନଙ୍କ ସଂଘର୍ଷର କାହାଣୀକୁ ବର୍ଣ୍ଣନା କରୁଛି । 12th ଫେଲ୍ ସିନେମାର ପ୍ରକୃତ ନାୟକ ଆଇପିଏସ ମନୋଜ ଶର୍ମା ଯେପରି ଆର୍ଥିକ ସାମସ୍ୟାର ସାମନା କରିଥିଲେ ତାହା ସହ ଯୋଡ଼ା ଯାଉଛି । ଭିଡିଓରେ ପୱନଙ୍କ ପରିବାର ଲୋକ ଏକ ଜରି ପାଲ ତଳେ ବସିଥିବା ନଜର ଆସୁଛନ୍ତି ।
ଆଇଏଏସ ଅଫିସର ଅୱନିଶ ଶରଣ ଏକ୍ସରେ ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ପୱନଙ୍କ ଘର । ସିଭିସ ସର୍ଭିସ୍ ପରୀକ୍ଷାରେ ସେ ୨୩୯ ରାଙ୍କ ହାସଲ କରିଛନ୍ତି । ପରିଶ୍ରମୀ ଲୋକ ନିଜ ଭବିଷ୍ୟତ ନିଜେ ଲେଖନ୍ତି ।'
पवन का घर. इन्होंने सिविल सेवा परीक्षा में में 239वीं रैंक पायी है.
— Awanish Sharan 🇮🇳 (@AwanishSharan) April 16, 2024
मेहनती लोग अपना भविष्य ख़ुद लिखते हैं.❤️ pic.twitter.com/4yJeZ11tyy
ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ପୱନଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ପୱନଙ୍କ ଘର ଦେଖିବା ପାଇଁ ମୋର ଜଣେ ଭାଇଙ୍କ କଥା ମନେ ପଡ଼ିଗଲା, ଯିଏ ୧୯୮୫ରେ ୟୁପିଏସସି ପାସ କରିଥିଲେ । ଗତ ବର୍ଷ ସେ ଭାରତ ସରକାରଙ୍କ ଟେକ୍ସଟାଇଲ୍ ସଚିବ ପଦରୁ ଅବସର ନେଲେ ।'
ଖବର ଅନୁସାରେ ପୱନ କୁମାର ଉତ୍ତର ପ୍ରଦେଶର ରଘୁନାଥପୁରର ବାସିନ୍ଦା । ତାଙ୍କ ବାପା ଜଣେ ଚାଷୀ । ଆହ୍ଲାବାଦ ବିଶ୍ୱବିଦ୍ୟାଳୟକୁ ନିଜ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ରହି ସିଭିଲ୍ ସର୍ଭିସ୍ ପରୀକ୍ଷା ପ୍ରସ୍ତୁତି କରୁଥିଲେ ।