ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ବାପା ଜଳସେଚନ ପ୍ରକଳ୍ପର ଡ୍ରାଇଭର୍‌, ଦିବ୍ୟାଙ୍ଗ ଶ୍ରେଣୀର କର୍ଣ୍ଣବାଧିତ ବର୍ଗରେ ଟପର୍‌ ହେଲେ ପୁଅ

8/10/2022 at 7:43 PM

ବାରିପଦା,୦୮/୧୦: ଓପିଏସସି ପରୀକ୍ଷାରେ ଦିବ୍ୟାଙ୍ଗ ଶ୍ରେଣୀର କର୍ଣ୍ଣବାଧିତ ବର୍ଗରେ ଓଡିଶା ରାଙ୍କ୍‌ ଓ୍ୱାନ ପାଇଛନ୍ତି ବାରିପଦାର ବିରଞ୍ଚି ନାରାୟଣ ପାଣିଗ୍ରାହୀ। ବିରଞ୍ଚିଙ୍କ ବାପା ଭଦ୍ରକ ବାସୁଦେବ ପୁର ବ୍ଲକର ଉରୁଣୀଆ ନିବାସୀ ଜୟକୃଷ୍ଣ ପାଣିଗ୍ରାହୀ । ବର୍ତ୍ତମାନ ବାରିପଦା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ ଜଣେ ଡ୍ରାଇଭର ଭାବରେ କାର୍ଯ୍ୟରତ ଥିବାବେଳେ ମାଆ ସତ୍ୟଭମା ପାଣିଗ୍ରାହୀ ଜଣେ ଗୃହିଣୀ। ନିମ୍ନ ମଧ୍ୟବିତ୍ତ ପରିବାରର ବିରଞ୍ଚି ବହୁ ବାଧାବିଘ୍ନ ଓ ସାମାଜିକ ପରିହାସର ଶୀକାର ହୋଇ ମଧ୍ୟ ନିଜ ଦୃଢ ମନୋବଳ ରଖି ଏହି ସଫଳତା ହାସଲ କରିଛନ୍ତି ।

ଓ.ପି.ଏସ.ସି ପାଇଁ ବିରଞ୍ଚିଙ୍କର ଏହା ୨ୟ ଚେଷ୍ଟା ଥିଲା। ପ୍ରଥମ ଚେଷ୍ଟାରେ ସେ ମାତ୍ର ୨ନମ୍ବର ଲାଗି କୃତକାର୍ଯ୍ୟ ହୋଇ ପାରିନଥିଲେ। ହତୋତ୍ସାହ ନହୋଇ ସେ ଆହୁରି କଠିନ ପରିଶ୍ରମ କରିବା ସହିତ କୃତକାର୍ଯ୍ୟ ହୋଇଥିବା ବନ୍ଧୁମାନଙ୍କ ଠାରୁ ଦିଗଦର୍ଶନ ଓ ଉପଦେଶ ନେଇଥିଲେ। ପିଲା ବେଳୁ ପରିବାରର ଆର୍ଥିକ ସମସ୍ୟା ଆଗରେ ହାରିନଯାଇ ବିରଞ୍ଚି ଟ୍ୟୁସନ କରି ନିଜ ରୋଜଗାରରେ ତାଙ୍କ ପ୍ରସ୍ତୁତି ଜାରି ରଖିଥିବା କଥା କହିଛନ୍ତି । ନିଜ ଦୁଇ ସାନ ଭଉଣୀ ମଧ୍ୟ ମେଧାବୀ ଛାତ୍ରୀ ରହିଥିବାରୁ ଏବେ ସେମାନଙ୍କୁ ମଧ୍ୟ ଓ.ପି.ଏସ.ସି ଲାଗି ସେ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ ବୋଲି କହିଛନ୍ତି ବିରଞ୍ଚି । ତେବେ ଏଇଠି ଅଟକି ନଯାଇ ଆଗକୁ ୟୁପିଏସସି ପରୀକ୍ଷା ଦେଇ ଜଣେ ଆଇ.ଏ.ଏସ ଅଧିକାରୀ ହବାର ଲକ୍ଷ ରଖିଛନ୍ତି ।

   Related Posts