ଦେଢ଼ଶ’ ଟଂକା ପାଇଁ ପୁଅ ନେଲା ବାପାର ଜୀବନ, ଛୁରୀଭୁଷି କଲା ହତ୍ୟା

Published By : Prameya-News7 Bureau | January 15, 2019 IST

ନୂଆଦିଲ୍ଲୀ ୧୫/୧- ଦିଲ୍ଲୀର ନ୍ୟୁ ଅଶୋକନଗର ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ମାତ୍ର ଦେଢ଼ ଶ ‘ ଟଂକା ପାଇଁ ବାପାକୁ ଛୁରୀ ବୁଷି କରିଛି ହତ୍ୟା  ।

୧୭ ବର୍ଷ ବୟସ୍କ ରିତେଶ ତା ବାପାଙ୍କୁ ମାଗିଥିଲା ଦେଢ଼ ଶ ଟଂକା । ପକେଟ ଖର୍ଚ୍ଚପାଇଁ ମାଗିଥିବା ଏହି ଟଂକାକୁ ରିତେଶର ବାପା ମନା କରିଥିଲେ । ରିତେଶଙ୍କ ବାପା ଟଂକା ନ ଦେବାରୁ ସେ ରାଗିଯାଇ ହତ୍ୟା କରିଥବାର ଅଭିଯୋଗ ହୋଇଛି ।

{"id":74439,"width":591,"height":311}

ପୋଲିସ କହିବା ଅନୁସାରେ ମୃତକ ଏକ ଘୋରେଇ କଂପାନୀରେ କାମ କରୁଥିଲେ । କିନ୍ତୁ ତାଙ୍କ ପୁଅ କୌଣସି କାମଧନ୍ଦା କରୁ ନ ଥିଲେ । ସେ ସବୁବେଳେ ଘରୁ ପଇସା ନେଇ ଚଳୁଥିଲେ । ସବୁବେଳେ ବାପାଙ୍କୁ ମାଗି ଚଳିବା ଅଭ୍ୟାସ ହୋଇଯାଇଥିଲା ।ସେଦିନ ବି ପୂର୍ବ ଅଭ୍ୟାସ ଅନୁସାରେ ବାପାଙ୍କୁ ଦେଢ଼ଶ ଟଂକା ମାଗିଥିଲେ । ଫଳରେ ବାପା ତାଙ୍କୁ ଦେବାକୁ ମନା କରିବାରୁ ସେ ଧାରୁଆ ଛୁରୀରେ ପେଟକୁ ଭୁଷି ଦେଇଥିଲେ । ଫଳରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ବାହାଦୂର ଶାସ୍ତ୍ରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.