Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ବିଲରେ କାମ କରୁଥିବା ବେଳେ ହେଲା ବଜ୍ରପାତ, ମାଆ ଆଗରେ ଚାଲିଗଲା ପୁଅର ଜୀବନ

7/07/2022 at 6:30 PM

କଣ୍ଟାବାଞ୍ଜି, ୦୭/୦୭: ମାଆ ଆଗରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ । ବଜ୍ରପାତରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଙ୍ଗୋମୁଣ୍ଡା ଥାନା ଧୁଣ୍ଡିମହୁଲ ଗ୍ରାମରେ । ମାଆ, ନିଜ ପୁଅ ସହ କପା ବିଲରେ କାମ କରୁଥିବା ବେଳେ ଅଚାନକ ଘଡଘଡି ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ପୁଅ ଗଜାନନ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ଭରଦେଇ ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରାଯାଉଛି । ଭେଣ୍ଡିଆ ପୁଅର ଜୀବନ ଅକାଳରେ ଚାଲିଯାଇଥିବା ଯୋଗୁ ପରିବାର ଏବଂ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

   Related Posts