ମୋବାଇଲ କିଣିବା ପାଇଁ ଟଙ୍କା ମାଗିଲା ପୁଅ, ମାଆ ନଦେବାରୁ କୀଟନାଶକ ପିଇ ହାରିଦେଲା ଜୀବନ
25/08/2022 at 9:46 AM

ପାଟଣା ୨୫।୦୮: ମୋବାଇଲ କିଣିବା ପାଇଁ ଟଙ୍କା ଦେଲାନି ମାଆ । ଯାହାଫଳରେ କୀଟନାଶକ ପିଇ ଜୀବନ ହାରିଲା ପୁଅ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମହୁଲଡ଼ିହା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ସେହି ଗାଁରେ ବିଶ୍ଵାମିତ୍ର ନାଏକ ବୋଲି ଜଣାପଡ଼ିଛି।
ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମହୁଲଡ଼ିହା ଗାଁର ବିଶ୍ଵାମିତ୍ର ନାଏକ ମୋବାଇଲ କିଣିବା ପାଇଁ ମାଙ୍କୁ ୨ ହଜାର ଟଙ୍କା ମାଗିଥିଲେ। ମା ଟଙ୍କା ନଦେବାରୁ ବିଶ୍ଵାମିତ୍ର କୀଟନାଶକ ପିଇ ଦେଇଥିଲେ। ଘର ଲୋକ ଏହା ଜାଣିବା ପରେ ତୁରନ୍ତ ବିଶ୍ୱାମିତ୍ରଙ୍କୁ ଗୁରୁତର ଅବସ୍ଥାରେ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ବିଶ୍ଵାମିତ୍ରଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023