୪ ବର୍ଷ ପୂରିଲା ଘରକୁ ଫେରିଲାନି ଇଞ୍ଜିନିୟର ପୁଅ : ଅପେକ୍ଷା କରିଛନ୍ତି ଦୁଇ ବାପା ଦୁଇ ମା’, ଶୁଖୁନି ଆଖି ଲୁହ

Published By : Prameya-News7 Bureau | December 23, 2020 IST

ସୋର ୨୩।୧୨: ପୁଅ ନିଖୋଜକୁ ବିତିଲା ୪ ବର୍ଷ । ପୁଅକୁ ଝୁରି ଝୁରି ଯଶୋଦା ଓ ଦେବକୀ ମା’ଙ୍କ ଆଖି ଲୁହ ଶୁଖୁନି । ଇଞ୍ଜିନିୟର ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ଦୁଇ ମା’ ଓ ଦୁଇ ବାପା । ସତରେ କ’ଣ ଫେରିବ ତାଙ୍କ ପୁଅ ? ଏବେ ବି ଆଶାବାନ୍ଧି ବସିଛନ୍ତି ଜନ୍ମିତ ଓ ପାଳିତ ମା’-ବାପା ।

{"id":381609,"sizeSlug":"large","linkDestination":"none"}

ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର କ୍ଷେରକୋଣା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ରମ୍ଭାମଣୀ ବେହେରା ଓ ହରିହର ବେହେରା ପୁଅ ହେଉଛନ୍ତି ସୟ । ଜନ୍ମ ହେବା ପରେ ସୟଙ୍କୁ ରମ୍ଭାମଣୀ ନିଜ ଭାଇ ସୋର ବ୍ଲକ କେଦାରପୁର ଗ୍ରାମର ବୈକୁଣ୍ଠ ବହେରା ଓ ଭାଉଜ ସଂଯୁକ୍ତାକୁ ଟେକି ଦେଇଥିଲେ । ଆଇନ ଅନୁଯାୟୀ ବୈକୁଣ୍ଠ ଓ ସଂଯୁକ୍ତା ସୟକୁ ପୁଅ ଭାବେ ଗ୍ରହଣ କରିଥିଲେ । ବୈକୁଣ୍ଠ ରାଉରକେଲାରେ ଶିକ୍ଷକତା କରୁଥିଲେ । ସେ ସେଠାରେ ସୟକୁ ନେଇ ଲାଳଣ ପାଳନ କରିବା ସହିତ ପାଠ ପଢାଇଥିଲେ । ସୟକୁ ବାରିପଦାରେ ମେକାନିକାଲ ଇଞ୍ଜିନିୟରିଂ ପାଠ ପଢାଇଥିଲେ ।

{"id":381610,"sizeSlug":"large","linkDestination":"none"}

ସୟ ବାଲେଶ୍ବର ରହିବା ସମୟରେ ବାହାନଗା ଗୋପାଳପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ସଂପର୍କ ଗଢି ଉଠିଥିଲା । ଫଳରେ ସେ ଘରୁ ଲୁଚି ପଳାଇ ଯାଇଥିଲେ । ପରେ ବାପା ବୈକୁଣ୍ଠ ଖୋଜାଖୋଜି କରି ପୁଅ ସୟକୁ ଘରକୁ ଫେରାଇ ଆଣିଥିଲେ । କିଛିଦିନ ସୟ ଘରେ ରହିବା ସହିତ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ପରେ ନୀଳଗିରିରେ ସୟ ଭଡା ଘର ନେଇ ରହିଥିଲେ ।

{"id":381611,"sizeSlug":"large","linkDestination":"none"}

ବାପା-ମା’ଙ୍କ ସହିତ ଶିରିଡି ସାଇ ଦର୍ଶନ କରିବାକୁ ଯାଇଥିଲେ । ଫେରିବା ବାଟରେ ସୟ ମୁମ୍ବାଇରେ କାର୍ଯ୍ୟ ଅନ୍ବେଷଣରେ ରହିଯାଇଥିଲେ । ମାତ୍ର ସେ ସେଠାରୁ ଘରକୁ ନଫେରି କଟକରେ ରହିଥିଲେ । ପୁଅ ନଫେରିବାରୁ ବାପା ବୈକୁଣ୍ଠ ସିମୁଳିଆ, ସୋର ଓ ନୀଳଗିରି ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ । ତତକାଳିନ ଏସପିଙ୍କୁ ସାକ୍ଷାତ କରି ଦୁଃଖ ଜଣାଇଥିଲେ ।

{"id":381612,"sizeSlug":"large","linkDestination":"none"}

ହେଲେ ପୁଅ ସୟ ୪ବର୍ଷ ହେବ ଘରକୁ ଫେରିନି । ଉଭୟ ଜନ୍ମିତ ଓ ପାଳିତ ବାପା-ମା’ ପୁଅର ଫେରିବା ବାଟକୁ ଅନାଇ ବସିଛନ୍ତି । ପୁଅକୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ମଧ୍ୟ ଗୁହାରି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.