ପିଶାଚ ବାପା, ୫ ବର୍ଷର ପୁଅକୁ ହତ୍ୟା ପରେ ଟାଙ୍ଗି ଦେଲା
10/06/2023 at 8:12 AM

ରାଉରକେଲା ୧୦।୦୬ : ପିଶାଚ ବାପା । ଯେଉଁ ହାତରେ ଦିନେ ନିଜ ପିଲାକୁ ବାଟ ଚାଲିବା ଶିଖାଇଥିଲା । ଶେଷରେ ସେହି ହାତରେ ଜୀବନ ନେବାକୁ ବି ପଛାଇଲାଣି । ରାଉରକେଲା ଉଦିତନଗର ଥାନା ସିତଲପଡ଼ା ଗାଁରୁ ଆସିଛି ଏମିତି ଏକ ହୃଦୟ ବିଦାରକ ଘଟଣା ।
ଖବର ଅନୁଯାୟୀ, ପାରିବାରିକ କଳହକୁ ନେଇ ବିବାଦ ହୋଇଥିଲା । ଯେଉଁଥିରେ ବାପା ଉତ୍କ୍ଷିପ୍ତ ହୋଇ ନିଜ ପାଞ୍ଚ ବର୍ଷର ପୁଅକୁ ହତ୍ୟା କରିଛି ବାପା । ପୁଅକୁ ହତ୍ୟା ପରେ ଘର ଭିତରେ ଟାଙ୍ଗି ଦେଇଛି ପିଶାଚ ବାପା । ଖବର ପାଇ ଉଦିତ୍ନଗର ଥାନା ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ମଧ୍ୟ ନେଇପାରେ ପୋଲିସ । ହତ୍ୟା ପରେ ଅଭିଯୁକ୍ତ ବାପାଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିପାରିନାହିଁ ।
You Can Read :
Related Posts
ଚଢ଼ାଉରେ ବିପୁଳ ପରିମାଣର ବାଣ ଜବତ, ୨ ଜଣକୁ ଅଟକ ରଖିଲା ପୋଲିସ
1 October 2023
ନୃଶଂସ ପାଲଟିଲା ପୁଅ, ମାଆକୁ ମାରି ଘର ଭିତରେ ପୋଡ଼ିଦେଲା
1 October 2023
ଡ୍ୟୁଟି ବେଳେ ଟଳି ପଡ଼ିଲେ ମହିଳା ଏଏସଆଇ
1 October 2023