ନିଷ୍ଠୁରତା : ସ୍ତ୍ରୀର ମାଡ ଭୟରେ ମା’କୁ ଆହାର କେନ୍ଦ୍ରରେ ଛାଡି ଚାଲିଗଲା ପୁଅ

Published By : Prameya-News7 Bureau | November 07, 2019 IST

ଚାନ୍ଦବାଲି ୭।୧୧: ସ୍ତ୍ରୀ ପାଇଁ ଆହାର କେନ୍ଦ୍ରରେ ୮୫ ବର୍ଷର ବୃଦ୍ଧା ମା’କୁ ଛାଡ଼ି ଚାଲିଯାଇଥିଲେ ପୁଅ। ଚାନ୍ଦବାଲି ମହୁଲିଆ ଅଞ୍ଚଳରେ ବୃଦ୍ଧା କୁନ୍ତଳା ପୋଥାଳଙ୍କ ଘର । ସ୍ବାମୀ ଦୁଷ୍ମନ୍ତ ପୋଥାଳଙ୍କ ମୃତ୍ୟୁ ପରେ ବିଧବା କୁନ୍ତଳା ଯେମିତି ସେମିତି ଚଳି ଯାଉଥିଲେ। କିନ୍ତୁ ଅଭାବ ଦେଖାଦେବାରୁ ପୁଅ ଅର୍ଜୁନ କେନ୍ଦ୍ରାପଡ଼ାକୁ ପଳାଇ ଯାଇ ମଜୁରିଆ ଭାବେ କାମ କରିବାକୁ ଆରମ୍ଭ କଲା। ସେଠାରେ ନିଜ ପିଲା ଛୁଆଙ୍କୁ ନେଇ ରହିବା ସହ ନିଜ ବୁଢ଼ୀ ମା’ ମଧ୍ୟ ରହିଲା । ଏହା ମଧ୍ୟରେ ସମ୍ପତ୍ତି ହାସଲ ଲାଗି ବୋହୂର ନିର୍ଯାତନା ବୃଦ୍ଧାଙ୍କ ଉପରେ ବଢ଼ିଯାଇଥିଲା। ମଙ୍ଗଳବାର ଦିନ ଏକ ଅଟୋରେ ନିଜ ବୁଢ଼ିମାକୁ ୫୨ କିଲୋମିଟର ଦୂର ଚାନ୍ଦବାଲି ତହସିଲ ଅଫିସ ନିକଟରେ ଥିବା ଆହାର କେନ୍ଦ୍ର ବାରଣ୍ଡାରେ ଛାଡ଼ି ପୁଅ ଅର୍ଜୁନ ଫେରାର ହୋଇଯାଇଥିଲା।

{"id":180273}

ହାଇକୋର୍ଟ ଚାନ୍ଦବାଲି ଅଦାଲତର ବିଚାରପତିଙ୍କୁ ବୃଦ୍ଧାଙ୍କ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଲେ। ପ୍ରଶାସନର ତାଗିଦ ପରେ ପୁଅ ବୋହୂ ଚାନ୍ଦବାଲି ଡାକ୍ତରଖାନାରେ ପହଞ୍ଚିଥିଲେ। ସେତେବେଳକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ।  ନିଜେ ବିଚାରପତି ସୁନୀତା ରାଉତ ଡାକ୍ତରଖାନା ବେଡରେ ବୃଦ୍ଧାଙ୍କୁ ଖୁଆଇ ଦେଇଥିଲେ। ତାଙ୍କ ପିଠିକୁ ଆଉଁଶୀ ଦେଉଥିଲେ। ବିଚାରପତି ଡାକ୍ତରଖାନାରେ ରହିଥିବାରୁ ପୁଲିସ ଓ ପ୍ରଶାସନ ମଧ୍ୟ ସଜାଗ ଥିଲା। ୩ ଦିନ ପାଇଁ ବୃଦ୍ଧାଙ୍କ ଚିକିତ୍ସା ଚାନ୍ଦବାଲି ଡାକ୍ତରଖାନାରେ କରାଯାଉ ବୋଲି ଚାନ୍ଦବାଲି କୋର୍ଟର ବିଚାରପତି ସୁନୀତା ରାଉତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି କୋର୍ଟର ଜଣେ କର୍ମଚାରୀଙ୍କୁ ୨୪ ଘଣ୍ଟା ପ୍ରହରା ଦେବାକୁ ନିଯୁକ୍ତି ଦେଇଛନ୍ତି ।

{"id":180274}

ଅନ୍ୟପଟେ କେନ୍ଦ୍ରାପଡ଼ା ମେଡିକାଲ ପାଖ ଖଡିଜଙ୍ଗ ଗାଁରେ ରହୁଥିବା ବୃଦ୍ଧାଙ୍କ ପୁଅ ଅର୍ଜୁନ ପୋଥାଳ ମା’କୁ ନେବା ପାଇଁ ଚାନ୍ଦବାଲିରେ ପହଞ୍ଚିଥିଲେ। ତେବେ ଅର୍ଜୁନକହିଥିଲେ ଯେ, ନିଜ ମା’ କୁ ସେ ମାଡ଼ ଖାଇବା ଘଟଣାରୁ ବଞ୍ଚାଇବା ପାଇଁ କେନ୍ଦ୍ରାପଡ଼ାରୁ ଚାନ୍ଦବାଲିକୁ ଆଣି ଛାଡ଼ିଦେଇଥିଲେ । ମା’କୁ ମାଡ଼ ମାରିବା ସହ ପ୍ରତିବାଦ କଲେ ତାଙ୍କୁ ମଧ୍ୟ ତାଙ୍କ ସ୍ତ୍ରୀ ମାଡ଼ ମାରେ ବୋଲି ପୁଅ ଅର୍ଜୁନ କହିଥିଲା। ଏହି କଥା ଚାନ୍ଦବାଲି ବିଚାରପତିଙ୍କ ଆଗରେ ପୁଅ ଅର୍ଜୁନ କହିବା ସହ ତାଙ୍କ ସ୍ତ୍ରୀ ଦଣ୍ଡ ପାଇବା ଉଚିତ୍ ବୋଲି କହିଥିଲେ । ଲୋକଙ୍କ ଚାପରୁ ମୁକ୍ତି ପାଇଁ ପୁଅ ବୋହୂ ଡାକ୍ତରଖାନା ବେଡରୁ ବୃଦ୍ଧା କୁନ୍ତଳା ପୋଥାଳଙ୍କୁ ନେବାପାଇଁ ଚାହିଁଥିଲେ ମଧ୍ୟ ବିଚାରପତି ତାଙ୍କ ହାତରେ ବୃଦ୍ଧାଙ୍କୁ ଛାଡିନାହାନ୍ତି । ବୃଦ୍ଧା ସୁସ୍ଥ ହେବା ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବେ ଯଦି ପାର ତୁମେମାନେ ତାଙ୍କ ପାଖରେ ସେବା ଶୁଶ୍ରୁସା କରିପାର ।  କିନ୍ତୁ ବିନା ନିର୍ଦ୍ଦେଶରେ ଡାକ୍ତରଖାନାରୁ ବୃଦ୍ଧାଙ୍କୁ ଛାଡ଼ିବାକୁ ମନା କରିଛନ୍ତି ବିଚାରପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.