ମଦ୍ୟପ ବାପାକୁ ଛୁରୀ ଭୁଷି ହତ୍ୟା କଲା ପୁଅ
7/06/2019 at 8:35 AM

ବୌଦ୍ଧ ୭|୬: ମଦ୍ୟପ ବାପାକୁ ଛୁରୀ ଭୁଷି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବୌଦ୍ଧ ଥାନା ସରଣ୍ଡା ଗାଁର ସଦାଶିବ ପାତ୍ର। ପୁଅ ଆଶିଷ ପାତ୍ରକୁ ଅଟକ ରଖିଛି ପୋଲିସ।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ସରଣ୍ଡା ଗାଁର ସଦାଶିବ ପାତ୍ର ପ୍ରତ୍ୟେକ ଦିନ ମଦ୍ୟପାନ କରି ଘରେ ପୁଅ ଓ ସ୍ତ୍ରୀଙ୍କୁ ଗାଳି ଗୁଲଜ କରିବା ସହିତ ନିସ୍ତୁକ ପିଟୁଥିଲା । ସେହିପରି ଗତକାଲି ରାତିରେ ସଦାଶିବ ଅତ୍ୟନ୍ତ ମଦ ପିଇ ଘରକୁ ଆସି ଏକ ଛୁରୀ ଧରି ପୁଅ ଓ ସ୍ତ୍ରୀକୁ ହତ୍ୟା କରିବ କହି ଉଦ୍ୟମ କରୁଥିବା ବେଳେ ଝୁଣ୍ଟି ପଡି ନିଜେ ସେହି ଛୁରୀରେ ଭୁଷି ହୋଇ ମୃତ୍ୟୁ ହୋଇଥିବା ପୁଅ ଆଶିଷ ପାତ୍ର ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହତ୍ୟା ସନ୍ଦେହରେ ବୌଦ୍ଧ ପୋଲିସ ପୁଅ ଆଶିଷକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
Related Posts
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
25 September 2023
ତୁଟୁନି ବର୍ଷା-ଅନୁଭବ ଅଡ଼ୁଆ, ପ୍ରଥମ ଦିନ ସରିଲା ଷ୍ଟାର ଦମ୍ପତିଙ୍କ କାଉନସେଲିଂ
25 September 2023
ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି
25 September 2023
ଲଘୁଚାପ ଜନିତ ଲଗାଣ ବର୍ଷା : ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ
25 September 2023